ପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ମାମଲାରେ ପୁଣି ଇଡି ଚଢ଼ାଉ
କୋଲକାତା: ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଣେ ବିଲଡରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଏହି ବିଲଡର ଜଣକ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଖ ଲୋକ ଭାବେ ପରିଚିତ । କେନ୍ଦ୍ରୀୟ ବାହିନୀ ସହିତ ଆସିଥିବା ଇଡି ଟିମ୍ ବିଲଡରଙ୍କ କାର୍ଯ୍ୟାଳୟ ଓ ତିନୋଟି ଫ୍ଲାଟ୍ ଉପରେ ଚଢ଼ାଉ କରିଛି । ସେଥିମଧ୍ୟରୁ ଗୋଟିଏ ଫ୍ଲାଟ୍ ଦକ୍ଷିଣ କୋଲକାତାର ନକଟାଲା ସ୍ଥିତ [...]
କୋଲକାତା: ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଣେ ବିଲଡରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଏହି ବିଲଡର ଜଣକ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଖ ଲୋକ ଭାବେ ପରିଚିତ ।
କେନ୍ଦ୍ରୀୟ ବାହିନୀ ସହିତ ଆସିଥିବା ଇଡି ଟିମ୍ ବିଲଡରଙ୍କ କାର୍ଯ୍ୟାଳୟ ଓ ତିନୋଟି ଫ୍ଲାଟ୍ ଉପରେ ଚଢ଼ାଉ କରିଛି । ସେଥିମଧ୍ୟରୁ ଗୋଟିଏ ଫ୍ଲାଟ୍ ଦକ୍ଷିଣ କୋଲକାତାର ନକଟାଲା ସ୍ଥିତ ଚାଟାର୍ଜୀଙ୍କ ଠିକ୍ ଘର ସାମ୍ନାରେ ଅଛି ।
ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ ସ୍କୁଲ୍ ନିଯୁକ୍ତି ଦୁର୍ନୀତିରେ ବିଲଡରଙ୍କ ବଡ଼ ଭୂମିକା ରହିଛି। ତଦନ୍ତରୁ ଜଣାପଡିଛି ସେ (ବିଲଡର) ଏହି ଘୋଟାଲାରୁ ମିଳିଥିବା ଅର୍ଥକୁ ବିଭିନ୍ନ ପ୍ରକଳ୍ପରେ ଲଗାଇବାରେ ଚାଟାର୍ଜୀଙ୍କୁ ସାହାଯ୍ୟ କରିଥିଲେ।
ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ୍ ଗୁଡ଼ିକରେ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ କେନ୍ଦ୍ରୀୟ ଏଜେନ୍ସି ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଇଡି ଏହି ମାମଲାରେ ବିଲଡରକୁ ଦୁଇଥର ଜେରା କରିସାରିଛି। ବିଲଡରଙ୍କ ଠାରୁ ଜବତ ହୋଇଥିବା ଅନେକ ଦସ୍ତାବିଜ୍ ଓ ବ୍ୟାଙ୍କ ଷ୍ଟେଟମେଣ୍ଟ ପ୍ରମାଣ ଯେ ସ୍କୁଲ୍ ନିଯୁକ୍ତି ଦୁର୍ନୀତିରୁ ମିଳିଥିବା ଟଙ୍କା ଅନ୍ୟ ଆଡ଼େ ନିବେଶ କରିବାରେ ଚାଟାର୍ଜୀ ତାଙ୍କ ସହାୟତା ନେଇଥିଲେ।
ପେଣ୍ଟ କାରଖାନାରେ ନିଆଁ ଲାଗି ୧୧ ମୃତ
Next Articleକୋଟି କୋଟି ଟଙ୍କାର କଳାଟଙ୍କା ଜବତ ପରେ ଗିରଫ ହେଲେ ବୌଦ୍ଧ ଆରଟିଓ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
