ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଉ ନାହାଁନ୍ତି ‘ଉଡ଼ାନ୍’ର କଲ୍ୟାଣୀ, ଅଭିନେତ୍ରୀ କବିତା ଚୌଧୁରୀଙ୍କ ହୃଦଘାତରେ ପରଲୋକ

ଅମୃତସର: ଅଶୀ ଦଶକର ଲୋକପ୍ରିୟ ଟିଭି ଧାରାବାହିକ ‘ଉଡ଼ାନ୍’ରେ ପୋଲିସ ଅଫିସର ‘କଲ୍ୟାଣୀ’ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କବିତା ଚୌଧୁରୀଙ୍କ ପରଲୋକ ହୋଇଯାଇଛି। ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ୬୭ ବର୍ଷ ହୋଇଥିଲା | ୧୯୮୦ ଦଶକର ଶେଷ ଭାଗରେ ଟିଭିରେ ପ୍ରସାରିତ ସର୍ଫ ବିଜ୍ଞାପନ ମାଧ୍ୟମରେ ଗୃହିଣୀ ଲଲିତା ଜୀ ଭାବେ କବିତା ଘରେ ଘରେ ଏକ ପରିଚିତ ନାମ ପାଲଟିଥିଲେ । ଏହାପରେ ସିରିଏଲ ‘ଉଡ଼ାନ୍’ରେ ପୋଲିସ [...]

Admin•ଫେବୃଆରୀ 16, 2024
Share Article:

ଅମୃତସର: ଅଶୀ ଦଶକର ଲୋକପ୍ରିୟ ଟିଭି ଧାରାବାହିକ ‘ଉଡ଼ାନ୍’ରେ ପୋଲିସ ଅଫିସର ‘କଲ୍ୟାଣୀ’ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କବିତା ଚୌଧୁରୀଙ୍କ ପରଲୋକ ହୋଇଯାଇଛି। ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ୬୭ ବର୍ଷ ହୋଇଥିଲା |

୧୯୮୦ ଦଶକର ଶେଷ ଭାଗରେ ଟିଭିରେ ପ୍ରସାରିତ ସର୍ଫ ବିଜ୍ଞାପନ ମାଧ୍ୟମରେ ଗୃହିଣୀ ଲଲିତା ଜୀ ଭାବେ କବିତା ଘରେ ଘରେ ଏକ ପରିଚିତ ନାମ ପାଲଟିଥିଲେ । ଏହାପରେ ସିରିଏଲ ‘ଉଡ଼ାନ୍’ରେ ପୋଲିସ ଅଧିକାରୀ କଲ୍ୟାଣୀ ଭୂମିକାରେ ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ ।

କବିତାଙ୍କ ସମ୍ପର୍କୀୟ ଅଜୟ ସାୟଲଙ୍କ ସୂଚନା ମୁତାବକ ଗତକାଲି (ଗୁରୁବାର) ରାତି ୮.୩୦ ସମୟରେ ଅମୃତସରର ଏକ ଡାକ୍ତରଖାନାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ନିମ୍ନ ରକ୍ତଚାପ ଯୋଗୁଁ ତାଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଶୁକ୍ରବାର ସକାଳେ କବିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଭଣଜା ସାୟଲ ଏବଂ ଜଣେ ଭାଣିଜୀ ଅଛନ୍ତି |

ମହିଳା ସଶକ୍ତିକରଣ ଉପରେ ଆଧାରିତ ସିରିଏଲ ‘ଉଡାନ’ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂହଙ୍କ ଭୂମିକା ପାଇଁ କବିତା ବହୁତ ପ୍ରଶଂସା ସାଉଁଟିଥିଲେ । ଏହି ସିରିଏଲ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା |

କବିତା କେବଳ ଏଥିରେ ଅଭିନୟ କରିନଥିଲେ ବରଂ ସେ ଏହାର କାହାଣୀ ରଚନା ସହ ନିର୍ଦ୍ଦେଶନା ବି ଦେଇଥିଲେ। ଏହି ସିରିଏଲ ତାଙ୍କ ବଡ଼ ଭଉଣୀ ତଥା ପୋଲିସ ଅଧିକାରୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ଜୀବନୀ ଉପରେ ଆଧାରିତ ଥିଲା।

କବିତାଙ୍କ ବ୍ୟତୀତ ଶେଖର କାପୁର ମଧ୍ୟ ‘ଉଡାନ’ରେ ଅଭିନୟ କରିଥିଲେ। କୋଭିଡ୍ ମହାମାରୀ ସମୟରେ ଏହି ସିରିଏଲର ଦୂରଦର୍ଶନରେ ପୁନଃ ପ୍ରସାରଣ ହୋଇଥିଲା। ‘ଉଡାନ’ କବିତା ଦୂରଦର୍ଶନର ସିରିଏଲ ‘ୟୋର ଅନର’ ଏବଂ ‘ଆଇପିଏସ୍ ଡାଏରୀ’ ମଧ୍ୟ ନିର୍ମାଣ କରିଥିଲେ |

#Odia#Odisha#News
Share Article:

Related Articles