ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ଲୋକାର୍ପିତ ହେବ ଗଞ୍ଜାମ ଜିଲ୍ଲାର ୧୩ ରୂପାନ୍ତରିତ ଡାକ୍ତରଖାନା

ବ୍ରହ୍ମପୁର: ଉଚ୍ଚବିଦ୍ୟାଳୟ ପରେ ଏବେ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ପ୍ରମୁଖ ଡାକ୍ତରଖାନାର ରୂପାନ୍ତରୀକରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସେଗୁଡ଼ିକରେ ରୋଗୀ ସେବା, ସେମାନଙ୍କ ସମ୍ପର୍କୀୟ ତଥା ଆଟେଣ୍ଡାଣ୍ଟମାନଙ୍କୁ ମୌଳିକ ତଥା ଉନ୍ନତ ସୁବିଧା ପ୍ରଦାନ ଲାଗି ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯାଇଛି। ଏଣିକି ରୋଗୀ ଏସବୁ ଡାକ୍ତରଖାନାକୁ ଗଲେ ତା’ର ପରିସରର ନବକଳେବରକୁ ଅନୁଭବ କରି ସୁଖଦ ପରିବେଶ ଓ ଉତ୍ତମ ସ୍ବାସ୍ଥ୍ୟ ସହ ଫେରିବେ। ଆମ ହସ୍ପିଟାଲ୍ ଯୋଜନାରେ ଉକ୍ତ ୧୩ଟି ବିଭିନ୍ନ ବର୍ଗର [...]

Admin•ଫେବୃଆରୀ 17, 2024
Share Article:

ବ୍ରହ୍ମପୁର: ଉଚ୍ଚବିଦ୍ୟାଳୟ ପରେ ଏବେ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ପ୍ରମୁଖ ଡାକ୍ତରଖାନାର ରୂପାନ୍ତରୀକରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସେଗୁଡ଼ିକରେ ରୋଗୀ ସେବା, ସେମାନଙ୍କ ସମ୍ପର୍କୀୟ ତଥା ଆଟେଣ୍ଡାଣ୍ଟମାନଙ୍କୁ ମୌଳିକ ତଥା ଉନ୍ନତ ସୁବିଧା ପ୍ରଦାନ ଲାଗି ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯାଇଛି। ଏଣିକି ରୋଗୀ ଏସବୁ ଡାକ୍ତରଖାନାକୁ ଗଲେ ତା’ର ପରିସରର ନବକଳେବରକୁ ଅନୁଭବ କରି ସୁଖଦ ପରିବେଶ ଓ ଉତ୍ତମ ସ୍ବାସ୍ଥ୍ୟ ସହ ଫେରିବେ।

ଆମ ହସ୍ପିଟାଲ୍ ଯୋଜନାରେ ଉକ୍ତ ୧୩ଟି ବିଭିନ୍ନ ବର୍ଗର ଡାକ୍ତରଖାନାର ରୂପାନ୍ତରୀକରଣ ସକାଶେ ଖର୍ଚ୍ଚ ହୋଇଛି ମୋଟ ୭୮ କୋଟି ଟଙ୍କା। ସେଥିରୁ ସର୍ବାଧିକ ୧୧.୨୪ କୋଟି ଟଙ୍କାରେ ନୂଆ ଚେହେରା ପାଇଛି ବ୍ରହ୍ମପୁର ସିଟି ହସ୍ପିଟାଲ ଯାହା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ମାନ୍ୟତା ପାଇଛି। ସେହିପରି ୮.୨୭ କୋଟିରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା, ୭.୬୨ କୋଟିରେ ଆସିକାର ଉପଖଣ୍ଡ ମାନ୍ୟତାପ୍ରାପ୍ତ ସ୍ବାସ୍ଥ୍ୟ କେନ୍ଦ୍ର, ୭.୦୭ କୋଟିରେ ପୋଲସରା ଡାକ୍ତରଖାନା, ୬.୨୬ କୋଟିରେ ଆଡପଡା ସ୍ବାସ୍ଥ୍ୟକେନ୍ଦ୍ର, ୬.୧୨ କୋଟିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ୫.୫୩ କୋଟିରେ ହିଞ୍ଜିଳିକାଟୁ ଉପଖଣ୍ଡ ମାନ୍ୟତାପ୍ରାପ୍ତ ଡାକ୍ତରଖାନା, ୫.୪୫ କୋଟିରେ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ର, ୫.୦୬ କୋଟିରେ ଦିଗପହଣ୍ଡି ଡାକ୍ତରଖାନା, ୪.୭୭ କୋଟିରେ ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ର, ୪.୭୧ କୋଟିରେ ସୋରଡ଼ା ଚିକିତ୍ସାଳୟ, ୪.୨୩ କୋଟିରେ ଖଲ୍ଲିକୋଟ ଡାକ୍ତରଖାନା ଏବଂ ୪.୦୯ କୋଟିରେ କୋଦଳା ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରୀକରଣ ହୋଇଛି।

ଡାକ୍ତରଖାନା ଗୁଡ଼ିକର ବିଭିନ୍ନ ମରାମତି, ରଙ୍ଗ ଦେବା, ଶୌଚାଳୟ, ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ଓ ରେଲିଂ ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା, ପାଓ୍ବାର୍ ବ୍ୟାକ୍ଅପ୍, ପ୍ରବେଶ ଓ ପ୍ରମୁଖ ବିଭାଗରେ ସୂଚନା ତଥା ନାମଫଳକ ଲଗାଇବା, ମୋ ସରକାର ଓ ହେଲ୍ପ ଡେସ୍କ, ରୋଗୀ ସମ୍ପର୍କୀୟମାନଙ୍କ ନିମନ୍ତେ ପଙ୍ଖା ଓ ଚୌକି ଆଦି ବ୍ୟବସ୍ଥା, ଡାକ୍ତରଖାନାର ବିଭିନ୍ନ ସ୍ଥାନରେ ଗରମ ଓ ଥଣ୍ଡା ପାଣି ବ୍ୟବସ୍ଥା, ଧାଡ଼ି ବ୍ୟବସ୍ଥା, ଅନଲାଇନ୍ ପଞ୍ଜୀକରଣ, ଯଥେଷ୍ଟ ପଞ୍ଜୀକରଣ କାଉଣ୍ଟର୍, ନିରାମୟ କାଉଣ୍ଟର୍, ବିଶ୍ରାମସ୍ଥଳ ଆଦି ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି। ଡାକ୍ତରଖାନାର ବିକାଶ ଓ ସୌନ୍ଦର୍ଯ୍ୟକରଣ ପରେ ଏସବୁର ପରିସର ଏବେ ଚକାଚକ ଦେଖାଯାଉଛି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଗୁଡ଼ିକର ଭର୍ଚୁଆଲ୍ ମାଧ୍ୟମରେ ଲୋକାର୍ପଣ କରିବେ। ଏଥିପାଇଁ ହିଞ୍ଜିଳିକାଟୁ ଓ କେଲୁଆପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

#Odia#Odisha#News
Share Article:

Related Articles