ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଭକ୍ତ ଶିରୋମଣି ଦାସିଆ ବାଉରୀ

(ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ଅବସରରେ) ପୁରୀ ଜିଲ୍ଲାର ସାତସଙ୍ଖ ନିକଟବର୍ତ୍ତୀ ତେଇଶିପୁର ମୈାଜାର ରତ୍ନଚିରା ନଦୀ କୂଳରେ ପଲ୍ଲୀର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁ। ଭୁବନେଶ୍ଵର-ପୁରୀ ନଂ-୨୦୩ ଜାତୀୟ ରାଜପଥର ନିର୍ମଳାଛକରୁ କିମ୍ବା ଡେଲାଙ୍ଗ ଓ ଜେନାପୁର ରେଳଷ୍ଟେସନଠାରୁ ଏହି ଗାଁକୁ ରାସ୍ତା ରହିଛି। ରାସ୍ତାର ଦୁଇକଡରେ ଧାଡି ଧାଡି ନଡିଆଗଛ। ରତ୍ନଚିରା କେନାଲ ବନ୍ଧ ନିକଟରେ ଅବସ୍ଥିତ ଏହି ପୁଣ୍ୟପୀଠ ହେଉଛି ଦାସିଆ ବାଉରିଙ୍କ ଜନ୍ମ,କର୍ମ,ସାଧନା ଓ ମହାସମାଧିର ସ୍ଥଳ। ଭକ୍ତ ଦାସିଆ [...]

Admin•ଫେବୃଆରୀ 19, 2024
Share Article:

(ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ଅବସରରେ)

ପୁରୀ ଜିଲ୍ଲାର ସାତସଙ୍ଖ ନିକଟବର୍ତ୍ତୀ ତେଇଶିପୁର ମୈାଜାର ରତ୍ନଚିରା ନଦୀ କୂଳରେ ପଲ୍ଲୀର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁ। ଭୁବନେଶ୍ଵର-ପୁରୀ ନଂ-୨୦୩ ଜାତୀୟ ରାଜପଥର ନିର୍ମଳାଛକରୁ କିମ୍ବା ଡେଲାଙ୍ଗ ଓ ଜେନାପୁର ରେଳଷ୍ଟେସନଠାରୁ ଏହି ଗାଁକୁ ରାସ୍ତା ରହିଛି। ରାସ୍ତାର ଦୁଇକଡରେ ଧାଡି ଧାଡି ନଡିଆଗଛ। ରତ୍ନଚିରା କେନାଲ ବନ୍ଧ ନିକଟରେ ଅବସ୍ଥିତ ଏହି ପୁଣ୍ୟପୀଠ ହେଉଛି ଦାସିଆ ବାଉରିଙ୍କ ଜନ୍ମ,କର୍ମ,ସାଧନା ଓ ମହାସମାଧିର ସ୍ଥଳ। ଭକ୍ତ ଦାସିଆ ଥିଲେ ଜାତିରେ ଖଦାଳ ସମ୍ପ୍ରଦାୟର। ପେସା ଲୁଗା ବୁଣିବା;ଭକ୍ତି ଓ ଭାବନାରେ ସର୍ବଦା ଶ୍ରୀଜଗନ୍ନାଥ ତାଙ୍କ ପାଖରେ ଯେପରି ବନ୍ଧା ପଡିଥିଲେ। ପଡୋଶୀ ପ୍ରହରାଜପୁର ଗାଁର ଜନୈକ ବ୍ରାହ୍ମଣ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ର ଧାମକୁ ଯାଉଥିବାରୁ ଦାସିଆ ବାଉରି କହିଥିଲେ- ‘ଗୋସାଇଁ ଆଜ୍ଞା !ତୁମେ ତ ଶ୍ରୀକ୍ଷେତ୍ର ଯାଉଛ,ଏଇ ନଡିଆ ଦୁଇଟି ନେଇ ଶ୍ରୀଜଗନ୍ନାଥଙ୍କୁ ଦେଇଦେବ ଆଉ କହିବ ବାଲିଗାଁ ଦାସ ପଠାଇଛି। ସେ ଯଦି ନିଜ ହାତରେ ନେବେ ତ ଦେବ ନୋହିଲେ ଫେରାଇ ଆଣିବ।’

ତୁ ଯେବେ ଯିବୁ କ୍ଷେତ୍ରବରେ, ମୁଁ ଥିବି ନୀଳଚକ୍ର ପରେ । ତହିଁ ଚିନ୍ତିବୁ ଯେଉଁ ରୁପ, ମୁଁ ହେବି ତେମନ୍ତ ସ୍ଵରୂପ । ତୂ ଯେଉଁ ଦ୍ରବ୍ୟ ଯାଚି ଦେବୁ, ଆମ୍ଭେ ତା ଅବଶ୍ୟ ଭୁଞିବୁ କାଳିଆ ସାଆନ୍ତ ଦାସିଆ ଭକ୍ତିରେ ସନ୍ତୁଷ୍ଟ ହୋଇ ଶୂନ୍ୟରେ ଶ୍ରୀହସ୍ତ ବଢାଇ ଗରୁଡସ୍ତମ୍ଭ ନିକଟରୁ ଦାସିଆ ପଠାଇଥିବା ଶ୍ରୀଫଳକୁ ଗ୍ରହଣ କରିଥିଲେ। ଆଉ ଦିନକର ଘଟଣା। ଭକ୍ତ ଦାସିଆଙ୍କ କୂଟୀର ନିକଟରେ ଥିବା ପବିତ୍ର ଗୋଠ ଗାଡିଆରେ ଦାସିଆ ନିଜର ପତ୍ନୀଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ଦୃଶ୍ୟ ଦେଖାଇଥିଲେ। ଏକଥା ଚାରିଆଡେ ପ୍ରଘଟ ହୋଇ ଯାଇଥିଲା।ପଚଂସଖାର ଯୁଗର(ଅଚ୍ୟୁତ,ଅନନ୍ତ,ଯଶୋବନ୍ତ,ଜଗନ୍ନାଥ ଓ ବଳରାମ ଦାସ)ପ୍ରମୁଖ ଦିନେ ବାଲିଗାଁରେ ପହଚିଂ ଭକ୍ତ ଦାସିଆଙ୍କ ଗୋଠ ଗାଡିଆରେ ଭକ୍ତିର ଦିବ୍ୟଚକ୍ଷୁରେ ଅନନ୍ତଶୟନରତ ଶ୍ରୀନାରାୟଣଙ୍କ ଦଶାବତାର ରୂପ ଦର୍ଶନକରି ଆଶ୍ଚର୍ଯ୍ୟ ହୋଇଥିଲେ। ଥରେ କେହି ଜଣେ ବ୍ୟକ୍ତି ପବିତ୍ର ଗୋଠ ଗାଡିଆରୁ ମାଛ ଧରି ରାନ୍ଧିବା ପାଇଁ କଡେଇରେ ବନ୍ଦୋବସ୍ତ କରୁଥିବାବେଳେ କଡେଇସାରା ରକ୍ତରେ ପରିପୂର୍ଣ୍ଣ ହୋଇଯାଇଥିଲା। ସେବେ ଠାରୁ ଏହି ଗାଡିଆରୁ କେହି ମାଛ ମାରି ନାହାନ୍ତି।

ପ୍ରତି ମାଘ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥୀରେ ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ପାଳନ ହୋଇଥାଏ ଏବଂ ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ଭକ୍ତ ଦାସିଆଙ୍କ ଜନ୍ମଦିବସ ପାଳନ କରାଯାଏ।ଭକ୍ତମାନେ ଏଠାରେ ଶାଗ,ଜାଉ ଓ କାଞ୍ଜି ତୋରାଣି ପ୍ରସାଦ ସେବନ କରିଥାନ୍ତି। ଏହି ଦିନ ବଢିଭୋରରୁ ଭକ୍ତମାନେ ପବିତ୍ର ଗୋଠ ଗାଡିଆରେ ବୁଡ ପକାଇ ଶରୀରର ଆରୋଗ୍ୟ-କାମନା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା ଜଣାଇଥାନ୍ତି। ପାରମ୍ପିକ ରୀତିରେ ପ୍ରତିବର୍ଷ ରଥଯାତ୍ରାବେଳେ ବାଲିଗାଁରୁ ଏକ ସ୍ଵତନ୍ତ୍ର ରୀତିରେ ଦାସିଆଙ୍କ ବଂଶଧରର ଜଣେ କେହି ନଡିଆ ଓ ତୁଳସୀ ନେଇ ପାଦରେ ଚାଲି ଚାଲି ଯାଇ ଶ୍ରୀକ୍ଷେତ୍ରରେ ପହଚିଂଥାନ୍ତି। ଏହି ପବିତ୍ର ପୀଠରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି। ଏଥି ସହିତ ପବିତ୍ର ଗୋଠଗାଡିଆ ପୁଷ୍କରିଣୀ, ରାଧାମୋହନ ମଠ, ଚଉଁରା,ତୁଳସୀ ଉଦ୍ୟାନ, ପଦ୍ମପୋଖରୀ, ଭକ୍ତ ଦାସିଆଙ୍କ ସମାଧିପୀଠ, ଭକ୍ତମାନଙ୍କ ବିଶ୍ରାମାଗାର,ଭକ୍ତ ଦାସିଆ ସ୍ମୃତି ପାଠାଗାର,ମୁକ୍ତ ସଭାମଚଂ ରହିଛି। ନିକଟରେ ରାଜ୍ୟ ସରକାର ଏହାକୁ ଏକ ପର୍ଯ୍ୟଟନ ସ୍ଥାନ ବୋଲି ଘୋଷଣା କରିଛନ୍ତି।

#Odia#Odisha#News
Share Article:

Related Articles