ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବେଆଇନ ବିକ୍ରି ହେଉଥିବା ୧.୨୦ ଲକ୍ଷ ଟଙ୍କାର ସେନା ୟୁନିଫର୍ମ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଓ ମିଲିଟାରୀ ଗୁଇନ୍ଦା ୟୁନିଟ୍ ମିଳିତ ଚଢାଉ କରି ଷ୍ଟାଡିୟମ୍ ନିକଟ ଗଞ୍ଜାମ ଗାଲାକ୍ସି ଷ୍ଟୋରରୁ ସେନା କମ୍ବାଟ୍ ୟୁନିଫର୍ମ ଜବତ କରିଛି। ସମୁଦାୟ ୪୮୮ ମିଟର ୟୁନିଫର୍ମ କପଡ଼ା ତଥା ରେଡିମେଡ୍ ପୋଷାକ ଯାହାର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ତାହା ଜବତ କରାଯାଇଛି। ଟାଉନ୍ ଥାନାରେ କେସ୍ ନମ୍ବର ୫୭/୨୪ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ। ସମ୍ପୃକ୍ତ ଦୋକାନ ମାଲିକ ଏହାକୁ କୋଲକାତା [...]

Admin•ଫେବୃଆରୀ 19, 2024
Share Article:

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଓ ମିଲିଟାରୀ ଗୁଇନ୍ଦା ୟୁନିଟ୍ ମିଳିତ ଚଢାଉ କରି ଷ୍ଟାଡିୟମ୍ ନିକଟ ଗଞ୍ଜାମ ଗାଲାକ୍ସି ଷ୍ଟୋରରୁ ସେନା କମ୍ବାଟ୍ ୟୁନିଫର୍ମ ଜବତ କରିଛି। ସମୁଦାୟ ୪୮୮ ମିଟର ୟୁନିଫର୍ମ କପଡ଼ା ତଥା ରେଡିମେଡ୍ ପୋଷାକ ଯାହାର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ତାହା ଜବତ କରାଯାଇଛି। ଟାଉନ୍ ଥାନାରେ କେସ୍ ନମ୍ବର ୫୭/୨୪ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ। ସମ୍ପୃକ୍ତ ଦୋକାନ ମାଲିକ ଏହାକୁ କୋଲକାତା ଓ ଲୁଧିଆନାରୁ କିଣିଥିବା ଜଣାପଡ଼ିଛି।

ଦେଶର ସୁରକ୍ଷା ଦୃଷ୍ଟିରୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଯେ ସେନା ଦ୍ବାରା ବିଭିନ୍ନ ସଶସ୍ତ୍ର ଅଭିଯାନ (କମ୍ବାଟ୍ ଅପରେସନ୍)ରେ ବ୍ୟବହୃତ ହେଉଥିବା ୟୁନିଫର୍ମ ଖୋଲା ବଜାରରେ ନକଲି ଓ ବେଆଇନ ଭାବେ ଉପଲବ୍ଧ ବା ବିକ୍ରି ହେଉଛି। ଏଣୁ ଏହି କାରବାରର ଚେର ଓ ଏଥିରେ ସମ୍ପୃକ୍ତ ଲୋକଙ୍କ ବାବଦରେ ପୋଲିସ ତନାଘନା ଚଳାଇଛି। ନିକଟସ୍ଥ ଗୋଳାବନ୍ଧ ଠାରେ ଥିବା ଆର୍ମୀ ଏୟାର୍ ଡିଫେନ୍ସ କଲେଜରେ କାର୍ଯ୍ୟରତ ଜଣେ ସେନା କର୍ମଚାରୀ ରାମ ବାବୁ ଦାଙ୍ଗି ପ୍ରଥମେ ଏହା ଦେଖି ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ୨୦୨୨ ଜାନୁଆରୀ ୧୫ରେ ଭାରତୀୟ ସ୍ଥଳ ସେନା ଏହି ଡିଜିଟାଲ୍ ପ୍ୟାଟର୍ଣ୍ଣ କମ୍ବାଟ୍ ୟୁନିଫର୍ମ ଉନ୍ମୋଚନ କରିଥିଲା। ପୁରୁଣା ୟୁନିଫର୍ମ ଧିରେ ଧିରେ ସେନାବାହିନୀରୁ ପ୍ରତ୍ୟାହାର କରି ନିଆଯାଉଛି। ସୁରକ୍ଷା ଦୃଷ୍ଟିରୁ ନୂଆ ୟୁନିଫର୍ମର ନକଲ ହେବାକୁ ତଥା ଖୋଲା ବଜାରରେ ବିକ୍ରିକୁ ରୋକିବା ପାଇଁ ସେନା ଏହାର କପିରାଇଟ୍ (ମୂଳ ସ୍ବତ୍ତ୍ବାଧିକାର) ହାସଲ କରିଥିଲା। ଏହା କେବଳ ସେନାର ଅଧିକୃତ କ୍ୟାଣ୍ଟିନ୍ ଗୁଡ଼ିକରେ ଉପଲବ୍ଧ ହୋଇପାରିବ। ଏଣୁ ଗଞ୍ଜାମ ଗାଲାକ୍ସି ଦୋକାନରେ ଏହା କିଭଳି ବିକ୍ରି ହେଉଥିଲା ତାହାର ଯାଞ୍ଚ କରାଯାଉଛି।

#Odia#Odisha#News
Share Article:

Related Articles