ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କନ୍ଧମାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ

ଫୁଲବାଣୀ – କନ୍ଧମାଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଛି ଲକ୍ଷ୍ମୀ ବସ୍ ସେବା । ଫୁଲବାଣୀର କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭର୍ତୁଆଲରେ ଉଦ୍ଘାଟନ କରିଥିଲେ ଏହି ବସ୍ ସେବା। ଏହି ଯୋଜନାରେ ପ୍ରାଥମିକ ଭାବେ ୧୩ ଟି ବସ୍ ଆଜି ଚାଲିବ। ମୋଟ ୫୦ଟି ବସ୍ ଜିଲ୍ଲାକୁ ଦିଆଯିବ। ଲୋକେ କମ୍ ଖର୍ଚ୍ଚରେ ଯାଇପାରିବେ ଏବଂ ଲୋକଙ୍କ ସହ ଲୋକଙ୍କୁ ଏହି ବସ୍ ସେବା ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। [...]

Admin•ଫେବୃଆରୀ 19, 2024
Share Article:

ଫୁଲବାଣୀ – କନ୍ଧମାଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଛି ଲକ୍ଷ୍ମୀ ବସ୍ ସେବା । ଫୁଲବାଣୀର କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭର୍ତୁଆଲରେ ଉଦ୍ଘାଟନ କରିଥିଲେ ଏହି ବସ୍ ସେବା। ଏହି ଯୋଜନାରେ ପ୍ରାଥମିକ ଭାବେ ୧୩ ଟି ବସ୍ ଆଜି ଚାଲିବ। ମୋଟ ୫୦ଟି ବସ୍ ଜିଲ୍ଲାକୁ ଦିଆଯିବ। ଲୋକେ କମ୍ ଖର୍ଚ୍ଚରେ ଯାଇପାରିବେ ଏବଂ ଲୋକଙ୍କ ସହ ଲୋକଙ୍କୁ ଏହି ବସ୍ ସେବା ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ଉପବାଚସ୍ପତି ସାଲୁଗା ପ୍ରଧାନ, ବିଧାୟକ ଅଙ୍ଗଦ କହଁର, ବିଧାୟକ ଚକ୍ରମଣି କହଁର, ଏସ୍ ଡି ସି ଅଧ୍ୟକ୍ଷ ଆର୍ .ମଲ୍ଲିକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମକୁ ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ।

#Odia#Odisha#News
Share Article:

Related Articles