କୋହଲି ପୁଣି ବାପା ହେଲେ, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଅନୁଷ୍କା
ନୂଆଦିଲ୍ଲୀ: ଭାରତୀୟ ସୁପରଷ୍ଟାର କ୍ରିକେଟର୍ ବିରାଟ କୋହଲି ପୁଣିଥରେ ବାପା ହୋଇଛନ୍ତି । ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଫେବୃଆରୀ ୧୫ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କୋହଲି ମଙ୍ଗଳବାର (ଫେବୃଆରୀ ୨୦) ସୋସିଆଲ ମିଡ଼ିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଏହି ସେଲିବ୍ରିଟି ଦମ୍ପତି ନିଜ ପୁଅର ନାମ ‘ଅକାୟ’ ରଖିଛନ୍ତି। ପୂର୍ବରୁ କୋହଲି-ଅନୁଷ୍କାଙ୍କ ଏକ ଝିଅ ଅଛି, ଯାହାର ନାଁ ବାମିକା | ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଚଳିତ [...]
ନୂଆଦିଲ୍ଲୀ: ଭାରତୀୟ ସୁପରଷ୍ଟାର କ୍ରିକେଟର୍ ବିରାଟ କୋହଲି ପୁଣିଥରେ ବାପା ହୋଇଛନ୍ତି । ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଫେବୃଆରୀ ୧୫ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କୋହଲି ମଙ୍ଗଳବାର (ଫେବୃଆରୀ ୨୦) ସୋସିଆଲ ମିଡ଼ିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଏହି ସେଲିବ୍ରିଟି ଦମ୍ପତି ନିଜ ପୁଅର ନାମ ‘ଅକାୟ’ ରଖିଛନ୍ତି। ପୂର୍ବରୁ କୋହଲି-ଅନୁଷ୍କାଙ୍କ ଏକ ଝିଅ ଅଛି, ଯାହାର ନାଁ ବାମିକା |
ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଚଳିତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ । ପ୍ରଥମେ ସେ ପ୍ରଥମ ଦୁଇ ଟେଷ୍ଟ ପାଇଁ ଉପଲବ୍ଧ ହୋଇନଥିଲେ । ପରେ କୋହଲି ପୁରା ସିରିଜରୁ ଓହରି ଯାଇଥିଲେ।
ନିକଟରେ କୋହଲିଙ୍କ ଘନିଷ୍ଠ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ ଯେ କୋହଲି ଦ୍ବିତୀୟ ଥର ବାପା ହେବେ । ତେଣୁ ସେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳୁ ନାହାଁନ୍ତି । ପରେ କିନ୍ତୁ ସେ ତାଙ୍କର ଏହି ବୟାନ ପ୍ରତ୍ୟାହାର କରିନେଇଥିଲେ ।
ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ପ୍ରଥମ ଥର ବାପା ହୋଇଥିଲେ, ଯେତେବେଳେ ପତ୍ନୀ ଅନୁଷ୍କା ଝିଅ ‘ବାମିକା’କୁ ଜନ୍ମ ଦେଇଥିଲେ । ଏଥିପାଇଁ ସେ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଭାରତ ଫେରି ଆସିଥିଲେ।
ସିକିମ ସ୍ୱତ୍ୱ ଚାଷୀଙ୍କ ବହୁବର୍ଷର ସମସ୍ୟାର ସମାଧାନ: ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ, ପ୍ରଥମ ଦିନରେ ୧୦ ହଜାର ହିତାଧିକାରୀଙ୍କୁ ମିଳିଲା ପଟ୍ଟା
Next Articleରାଜ୍ୟସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ କକ୍ଷ ଉଦଘାଟିତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
