ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଅନ୍ତଃବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ ଉଦଯାପିତ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ୫ ଦିନିଆ ପୂର୍ବାଞ୍ଚଳ ଅନ୍ତଃବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ ମଙ୍ଗଳବାର ଉଦଯାପିତ ହୋଇଛି। ଏହି ୩୭ତମ ୟୁଥ୍ ଫେଷ୍ଟିଭାଲରେ ପଶ୍ଚିମବଙ୍ଗର ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ ଦଳଗତ ଶ୍ରେଷ୍ଠ ବିଜେତା ହୋଇଛି। ବିହାରସ୍ଥିତ ଲଳିତ ନାରାୟଣ ମିଥିଳା ବିଶ୍ଵବିଦ୍ୟାଳୟ ଦ୍ବିତୀୟ, ଓଡ଼ିଶାର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତୃତୀୟ, ଏନ୍.ବି.ଏମ୍. ବିଶ୍ଵବିଦ୍ୟାଳୟ ଚତୁର୍ଥ, ବିନୋବା ଭାବେ ବିଶ୍ଵବିଦ୍ୟାଳୟ ପଞ୍ଚମ ସ୍ଥାନ ହାସଲ କରିଛି। ଉଦଯାପନୀ ସଭା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି [...]

Admin•ଫେବୃଆରୀ 21, 2024
Share Article:
ଅନ୍ତଃବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ ଉଦଯାପିତ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ୫ ଦିନିଆ ପୂର୍ବାଞ୍ଚଳ ଅନ୍ତଃବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ ମଙ୍ଗଳବାର ଉଦଯାପିତ ହୋଇଛି। ଏହି ୩୭ତମ ୟୁଥ୍ ଫେଷ୍ଟିଭାଲରେ ପଶ୍ଚିମବଙ୍ଗର ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ ଦଳଗତ ଶ୍ରେଷ୍ଠ ବିଜେତା ହୋଇଛି। ବିହାରସ୍ଥିତ ଲଳିତ ନାରାୟଣ ମିଥିଳା ବିଶ୍ଵବିଦ୍ୟାଳୟ ଦ୍ବିତୀୟ, ଓଡ଼ିଶାର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତୃତୀୟ, ଏନ୍.ବି.ଏମ୍. ବିଶ୍ଵବିଦ୍ୟାଳୟ ଚତୁର୍ଥ, ବିନୋବା ଭାବେ ବିଶ୍ଵବିଦ୍ୟାଳୟ ପଞ୍ଚମ ସ୍ଥାନ ହାସଲ କରିଛି।

ଉଦଯାପନୀ ସଭା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପୌରୋହିତ୍ୟ କରିଥିଲେ। ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତିଶଗଡର ହେମଚାନ୍ଦ ଯାଦବ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଅରୁଣା ପାଲଟା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ (ଏଆଇୟୁ) ଦ୍ଵାରା ନିୟୋଜିତ ଦୁଇ ଜଣ ପର୍ଯ୍ୟବେକ୍ଷକ ପ୍ରଫେସର ସୋରୋଭ ଲଖନ ପାଲ୍, ଯାନ୍ତ୍ରିକ ପର୍ଯ୍ୟବେକ୍ଷକ ପ୍ରଫେସର ଦୀପକ କୁମାର ମିଶ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଓ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ଅଂଶଗ୍ରହଣକାରୀ ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ୨୮ଟି ପ୍ରତିଯୋଗିତାରେ ଭାଗ ନେଇଥିବା ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର, ମେଡାଲ୍ ପ୍ରଦାନ କରାଯାଇଥିଲା। ଏକ ସ୍ମାରକ ପତ୍ରିକା ଉନ୍ମୋଚନ କରାଯାଇଥିଲା।

#Odia#Odisha#News
Share Article:

Related Articles