ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗଞ୍ଜାମ ଉପକୂଳରେ ହମ୍ପବ୍ୟାକ୍ ଡଲଫିନ୍ ଠାବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉପକୂଳରେ ପ୍ରାୟ ୧୫ଟି ହମ୍ପବ୍ୟାକ୍ ପ୍ରଜାତିର ଡଲଫିନ୍ ଠାବ ହୋଇଛନ୍ତି। ଗୋଖରକୁଦାରୁ ପୁରୁଣାବନ୍ଧ ମଧ୍ୟରେ ବଙ୍ଗୋପସାଗର ଜଳରାଶିରେ ଏମାନେ ପହଁରୁଥିବା ଦେଖିବାକୁ ମିଳିଥିଲା। ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ଦୃଷ୍ଟିରୁ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ନଜରରେ ଏହା ଆସିଥିଲା। ବ୍ରହ୍ମପୁର ଡିଏଫ୍ଓ ସନ୍ନି ଖୋକର୍ ଏହି ସୂଚନା ଦେଇଛନ୍ତି। ଜୈବ ବିବିଧତାରେ ଭରପୁର ଗଞ୍ଜାମ ଜିଲ୍ଲାର ବଙ୍ଗୋପସାଗର ଉପକୂଳରେ ହମ୍ପବ୍ୟାକ୍ ଓ ବଟଲନୋଜ୍ ପ୍ରଜାତିର [...]

Admin•ଫେବୃଆରୀ 22, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉପକୂଳରେ ପ୍ରାୟ ୧୫ଟି ହମ୍ପବ୍ୟାକ୍ ପ୍ରଜାତିର ଡଲଫିନ୍ ଠାବ ହୋଇଛନ୍ତି। ଗୋଖରକୁଦାରୁ ପୁରୁଣାବନ୍ଧ ମଧ୍ୟରେ ବଙ୍ଗୋପସାଗର ଜଳରାଶିରେ ଏମାନେ ପହଁରୁଥିବା ଦେଖିବାକୁ ମିଳିଥିଲା। ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ଦୃଷ୍ଟିରୁ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ନଜରରେ ଏହା ଆସିଥିଲା। ବ୍ରହ୍ମପୁର ଡିଏଫ୍ଓ ସନ୍ନି ଖୋକର୍ ଏହି ସୂଚନା ଦେଇଛନ୍ତି।

ଜୈବ ବିବିଧତାରେ ଭରପୁର ଗଞ୍ଜାମ ଜିଲ୍ଲାର ବଙ୍ଗୋପସାଗର ଉପକୂଳରେ ହମ୍ପବ୍ୟାକ୍ ଓ ବଟଲନୋଜ୍ ପ୍ରଜାତିର ଡଲଫିନ୍ ମଝିରେ ମଝିରେ ଦେଖାଯାଆନ୍ତି। ଗତବର୍ଷ ମଧ୍ୟ ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ସମୟରେ କିଛି ଡଲଫିନ୍ ଗଞ୍ଜାମ ସମୁଦ୍ରତଟରେ ଠାବ ହୋଇଥିଲେ। ଏଥର ମଧ୍ୟ ଋଷିକୁଲ୍ୟା ମୁହାଣରେ ହମ୍ପବ୍ୟାକ୍ ଡଲଫିନଙ୍କୁ ଠାବ‌ କରାଯାଇଛି।

#Odia#Odisha#News
Share Article:

Related Articles