ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଚଣ୍ଡୀପଦର ନର୍ସିଂ ସ୍କୁଲରେ ୧୩ ଛାତ୍ରୀ ଅସୁସ୍ଥ

ବ୍ରହ୍ମପୁର: ସହର ଉପକଣ୍ଠ ଚଣ୍ଡୀପଦର ଠାରେ ଥିବା ନର୍ସିଂ ସ୍କୁଲର ୧୩ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଏମକେସିଜି ଅନ୍ତଃଚିକିତ୍ସା ବିଭାଗରେ ଓ ଅନ୍ୟମାନଙ୍କୁ କାଜୁଆଲିଟିରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତ (ଫୁଡ ପଏଜନିଂ) ହୋଇ ଏମାନେ ଅସୁସ୍ଥ ହୋଇପଡ଼ିବାରୁ ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ୩ ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ‌ ହୋଇଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ଗତକାଲି [...]

Admin•ଫେବୃଆରୀ 22, 2024
Share Article:

ବ୍ରହ୍ମପୁର: ସହର ଉପକଣ୍ଠ ଚଣ୍ଡୀପଦର ଠାରେ ଥିବା ନର୍ସିଂ ସ୍କୁଲର ୧୩ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଏମକେସିଜି ଅନ୍ତଃଚିକିତ୍ସା ବିଭାଗରେ ଓ ଅନ୍ୟମାନଙ୍କୁ କାଜୁଆଲିଟିରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତ (ଫୁଡ ପଏଜନିଂ) ହୋଇ ଏମାନେ ଅସୁସ୍ଥ ହୋଇପଡ଼ିବାରୁ ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ୩ ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ‌ ହୋଇଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ଗତକାଲି ରାତିରେ ଛାତ୍ରୀମାନେ ଖାଇଥିବା ଖାଦ୍ୟରୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥିବା କୁହାଯାଉଛି। ତେବେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛନ୍ତି।

#Odia#Odisha#News
Share Article:

Related Articles