ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କନ୍ଧମାଳ ଜିଲ୍ଲା ବାଲନ୍ଦାପଡ଼ାରେ ଶିଶୁମାନଙ୍କ ଥଇଥାନ ପାଇଁ ଭ୍ରାମ୍ୟମାଣ ଶିବିର, ଶତାଧିକ ଶିଶୁ ଉପକୃତ

ଫୁଲବାଣୀ -ରାଜ୍ୟ ସରକାର ଶିଶୁ ମାନଙ୍କ ମଙ୍ଗଳ ଓ ଥଇଥାନ ପାଇଁ ଅନେକ ଯୋଜନା କରୁଛନ୍ତି। ସେମାନଙ୍କ ସୁରକ୍ଷା ସୁଦୃଢ କରିବା ସହିତ ପାଠ ପଢା ଜାରି ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି । ସେଥିପାଇଁ ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ କରାଯାଉଛି । ଫଳରେ ଆବଶ୍ୟକ ଶିକ୍ଷା ଓ ସୁରକ୍ଷା ପାଇ ଶିଶୁମାନେ ଥଇଥାନ ହେଉଛନ୍ତି ବୋଲି କହିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଆଜି କନ୍ଧମାଳ ଜିଲ୍ଲାର ଦୁର୍ଗମ [...]

Admin•ଫେବୃଆରୀ 22, 2024
Share Article:

ଫୁଲବାଣୀ -ରାଜ୍ୟ ସରକାର ଶିଶୁ ମାନଙ୍କ ମଙ୍ଗଳ ଓ ଥଇଥାନ ପାଇଁ ଅନେକ ଯୋଜନା କରୁଛନ୍ତି। ସେମାନଙ୍କ ସୁରକ୍ଷା ସୁଦୃଢ କରିବା ସହିତ ପାଠ ପଢା ଜାରି ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି । ସେଥିପାଇଁ ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ କରାଯାଉଛି । ଫଳରେ ଆବଶ୍ୟକ ଶିକ୍ଷା ଓ ସୁରକ୍ଷା ପାଇ ଶିଶୁମାନେ ଥଇଥାନ ହେଉଛନ୍ତି ବୋଲି କହିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଆଜି କନ୍ଧମାଳ ଜିଲ୍ଲାର ଦୁର୍ଗମ ଓ ଅତ୍ୟନ୍ତ ମାଓ ପ୍ରବଣ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡ଼ାଠାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଅନୁଷ୍ଠିତ ଭ୍ରାମ୍ୟମାଣ ଶିବିରରେ ଏପରି ମତ ଦେଇଛନ୍ତି ବିଧାୟକ। ବାଲନ୍ଦାପଡା ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ଏହି ଶିବିରକୁ ବିଧାୟକ ଉଦଘାଟନ କରିଥିବା ବେଳେ ସ୍ଵାତୀ ଅନୁଷ୍ଠାନର ପ୍ରଦୀପ ସ୍ୱାଇଁ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡିସିପିଓ ରଶ୍ମିତା କରନ୍, ସିଡବ୍ଲୁସି ଅଧ୍ୟକ୍ଷ ରଜତ ଦିଗାଲ,ଯୁବ ନେତା ବିଷ୍ଣୁ ମଲ୍ଲିକ,ସରପଞ୍ଚ ନିରାକାର ନାୟକ, ସିଡ଼ବ୍ଲୁସି ସଭ୍ୟ ସଦାଶିବ ପାତ୍ର,ମମତା ଦାସ,ପ୍ରସନ୍ନ ବିଷୋୟୀ,ରାମଚନ୍ଦ୍ର ପରିଡା,ଫିରିଙ୍ଗିଆ ସିଡ଼ିପିଓ ହରପ୍ରିୟା ମେହେର, ଡିସିପିୟୁର ସୁନିଲ ପ୍ରଧାନ,ସରୋଜ କହଁର,ପ୍ରଜ୍ଞା ପାରମିତା ପ୍ରମୁଖ ଉପସ୍ଥିତ ଥିଲେ। ପିତାମାତା ବିହୀନ ଶିଶୁମାନଙ୍କୁ ଏହି ଅବସରରେ ଥଇଥାନ କରାଯାଇଥିଲା।

#Odia#Odisha#News
Share Article:

Related Articles