ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗନ୍ଧମାର୍ଦ୍ଦନରେ ମାଓବାଦୀ, ଏସ୍‌ଓଜିଙ୍କ ଗୁଳିବିନିମୟ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୂଚନାଯୋଗ୍ୟ ଯେ , ବରଗଡ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଶୁକ୍ରବାର ସକାଳୁ ଏସଓଜି ଯବାନମାନେ କମିଂ ଅପରେସନ୍ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀମାନେ ମୁହାଁମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥୁଲା । ତେବେ ଏହି ଅଞ୍ଚଳରେ ବହୁଦିନ ପରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଦୀର୍ଘଦିନ ହେବ [...]

Admin•ଫେବୃଆରୀ 23, 2024
Share Article:

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ , ବରଗଡ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଶୁକ୍ରବାର ସକାଳୁ ଏସଓଜି ଯବାନମାନେ କମିଂ ଅପରେସନ୍ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀମାନେ ମୁହାଁମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥୁଲା । ତେବେ ଏହି ଅଞ୍ଚଳରେ ବହୁଦିନ ପରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଦୀର୍ଘଦିନ ହେବ ପଦ୍ମପୁର ପାଇକମାଲ ଅଞ୍ଚଳରେ ମାଓବାଦୀମାନେ ରହିଥ‌ିବା ନେଇ କୌଣସି ସୂଚନା ନଥିଲା । ହେଲେ ଶୁକ୍ରବାର ସକାଳୁ ମାଓବାଦୀଙ୍କ ଅବସ୍ଥିତି ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ହୋଇଥିବା ସେପଟେ ଉଭୟ ପକ୍ଷରୁ ଘନ ଘନ ଗୁଳିଚାଳନା ଖବର ରହିଥ‌ିବା ବେଳେ ଘଟଣାସ୍ଥଳକୁ ପୋଲିସର ବରିଷ୍ଠ ଅଧିକାରୀ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବରଗଡ଼ ଜିଲ୍ଲା ପାଇକମାଲକୁ ଗସ୍ତ କରି ଘଟଣାର ଅନୁଧ୍ୟାନ କରୁଥ‌ିବା ସୂଚନା ରହିଥ‌ିବା ବେଳେ ବରଗଡ଼ ଏସ୍‌ପି ଉକ୍ତ ଘଟଣାକୁ ନେଇ ମୁହଁ ଖୋଲିନାହାନ୍ତି । ତେବେ ପାଇକମାଲ ଥାନାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଘଟଣା ଘଟିଥିବା ବେଳେ ବରଗଡ଼ ନୂଆପଡା ଓ ମହାସମୁନ୍ଦ ମାଓ ଡିଭିଜନର ମାଓ ସଂଗଠନ ହୋଇଥ‌ିବା ସୂଚନା ରହିଛି ।

#Odia#Odisha#News
Share Article:

Related Articles