ରାଞ୍ଚି ଟେଷ୍ଟରେ ବ୍ଯାକଫୁଟରେ ଭାରତ
ରାଞ୍ଚି: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଭାରତ ବ୍ଯାକଫୁଟରେ ରହିଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୩୫୩ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୨୧୯ ରନ୍ କରିଛି। ହାତରେ ମାତ୍ର ୩ ଓ୍ବିକେଟ୍ ରହିଥିବା ବେଳେ ଭାରତ ଆହୁରି ୧୩୪ ରନ୍ ପଛରେ ଅଛି। ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୩୦ ରନ୍ କରି [...]
ରାଞ୍ଚି: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଭାରତ ବ୍ଯାକଫୁଟରେ ରହିଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୩୫୩ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୨୧୯ ରନ୍ କରିଛି। ହାତରେ ମାତ୍ର ୩ ଓ୍ବିକେଟ୍ ରହିଥିବା ବେଳେ ଭାରତ ଆହୁରି ୧୩୪ ରନ୍ ପଛରେ ଅଛି। ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୩୦ ରନ୍ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହିତ କୁଲଦୀପ ଯାଦବ ୧୭ ରନରେ ବ୍ୟାଟିଂ କରୁଛନ୍ତି । ଏ ଦୁହେଁ ଅଷ୍ଟମ ଓ୍ବିକେଟ୍ ଭାଗିଦାରୀରେ ଏଯାବତ୍ ୪୨ ରନ୍ ଯୋଗ କରିଛନ୍ତି ।
ଭାରତ ପକ୍ଷରୁ ପୁଣି ଯୁବ ଯଶସ୍ବୀ ଜୈସୱାଲ ସର୍ବୋଚ୍ଚ ସ୍କୋରର ହୋଇଛନ୍ତି । ସେ ଦଳ ତରଫରୁ ସର୍ବାଧିକ ୭୩ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ଶୁଭମାନ ଗିଲ୍ ୩୮ ରନ୍ କରିଥିବା ବେଳେ ରଜତ ପାଟିଦାର(୧୭) ପୁଣି ନିରାଶ କରିଥିଲେ । ରବୀନ୍ଦ୍ର ଜାଡେଜା ୧୨ ଓ ସରଫରାଜ ଖାନ୍ ୧୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଇଂଲଣ୍ଡ ତରଫରୁ ସ୍ପିନର ସୋଏବ୍ ବଶୀର ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଟମ୍ ହାର୍ଟଲି ୨ଟି ଓ୍ବିକେଟ୍ ହାସଲ କରିଛନ୍ତିି ।
ପୂର୍ବରୁ ଇଂଲଣ୍ଡ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୩୦୨/୭ରୁ ଖେଳ ଆରମ୍ଭ କରିଥିବା ବେଳେ ପ୍ରଥମ ସେସନରେ ୩୫୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଜୋ ରୁଟ୍ ୧୨୨ ରନ୍ ସହ ଅପରାଜିତ ରହିଥିଲେ। ତେବେ ୯ ନମ୍ବର ବ୍ୟାଟ୍ସମ୍ୟାନ୍ ଓଲି ରବିନସନ୍ କ୍ୟାରିୟର ଶ୍ରେଷ୍ଠ ୫୮ ରନର ଇନିଂସ୍ ସହ ଭାରତକୁ ପାଣି ପିଆଇଥିଲେ । ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ୪ଟି ୱିକେଟ୍ ନେଇଥିବା ବେଳେ ଡେବୁଟାଣ୍ଟ ଆକାଶଦୀପ ୩ଟି ଏବଂ କୁଲଦୀପ ସିରାଜ୍ ୨ଟି ଓ୍ବିକେଟ୍ ପାଇଥିଲେ ।
ଜୁଲାଇ ୧ରୁ ଲାଗୁ ହବ ତିନି ନୂଆ ଆପରାଧିକ ଆଇନ
Next Articleଯଶସ୍ବୀଙ୍କ ପୁଣି ଏକ ମାଇଲଖୁଣ୍ଟ, ଏକ ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ପଞ୍ଚମ ଭାରତୀୟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
