‘ନୂଆ-ଓ ଛାତ୍ରବୃତ୍ତି ବିତରଣ’ ଆରମ୍ଭ : ତିନିଟି ଜିଲ୍ଲାରେ କାର୍ଯ୍ୟକ୍ରମରେ ଯୋଗ ଦେଲେ ୫-ଟି ଅଧ୍ୟକ୍ଷ , ଖୁବ୍ ଶୀଘ୍ର ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ’
ଭୁବନେଶ୍ୱର – ରାଜ୍ୟର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବୈପ୍ଲବିକ ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଜିଠୁ କାର୍ଯ୍ୟକାରୀ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ତିନିଟି ଜିଲ୍ଲା ଗସ୍ତ କରି ନୂଆ -ଓ ଛାତ୍ରବୃତ୍ତି ବିତରଣ କରିଛନ୍ତି। ସେ ସମ୍ବଲପୁର, ଅନୁଗୋଳ ଓ ଦେବଗଡ ଜିଲ୍ଲାରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନି ଜିଲ୍ଲାର ୫୭ଟି କଲେଜର [...]
ଭୁବନେଶ୍ୱର – ରାଜ୍ୟର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବୈପ୍ଲବିକ ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଜିଠୁ କାର୍ଯ୍ୟକାରୀ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ତିନିଟି ଜିଲ୍ଲା ଗସ୍ତ କରି ନୂଆ -ଓ ଛାତ୍ରବୃତ୍ତି ବିତରଣ କରିଛନ୍ତି। ସେ ସମ୍ବଲପୁର, ଅନୁଗୋଳ ଓ ଦେବଗଡ ଜିଲ୍ଲାରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନି ଜିଲ୍ଲାର ୫୭ଟି କଲେଜର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ। ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ସରକାରୀ ବିଶ୍ୱବିଦ୍ୟାଳୟ,ସରକାରୀ କଲେଜ,ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ କଲେଜର ସମସ୍ତସଯୋଗ୍ୟ ପିଜି ଓ ୟୁଜି ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ମିଳିବ ବୋଲି ସେ ସୂଚନା ଦେଇଥିଲେ। ସାଧାରଣ ଓ ଓବିସି ବର୍ଗର ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ । ଏହି ଯୋଜନାରେ ଏସସି/ଏସଟି ଓ ନିର୍ମାଣ ଶ୍ରମିକ ଛାତ୍ରଙ୍କୁ ୧୦ ହଜାର ଓ ଛାତ୍ରୀଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ମିଳିବ।
ସମ୍ବଲପୁର ଜିଲ୍ଲାର ୨୧ଟି କଲେଜର ୧୩ ହଜାର ୪୨୩ ଛାତ୍ରଛାତ୍ରୀ , ଅନୁଗୋଳ ଜିଲ୍ଲାର ୨୫ଟି କଲେଜର ୧୧ ହଜାର ୨୬୫ ଓ ଦେବଗଡ ଜିଲ୍ଲାର ୧୧ଟି କଲେଜର ୩ ହଜାର ୪୨୪ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଛି। ଏହି ତିନିଟି ଜିଲ୍ଲାର ୨୮ ହଜାର ୧୧୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ଏହି ଅବସରରେ ପାଣ୍ଡିଆନ ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଛା ବାର୍ତ୍ତା ଜଣାଇଥିଲେ।
୨୦୨୪-୩୪ ଦଶକ ଯୁବଗୋଷ୍ଠୀଙ୍କ ଯୁଗ ହେବ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି । ନୂଆ ଓଡ଼ିଶାର ଲକ୍ଷ୍ୟ ହାସଲ ପାଇଁ ଯୁବକମାନେ ରାଜ୍ୟ ସରକାରଙ୍କ ଦ୍ୱାରା କ୍ଷମତାସମ୍ପନ୍ନ ହେବେ ବୋଲି ସେ କହିଥିଲେ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ନୂଆ-ଓ କାର୍ଯ୍ୟକ୍ରମ ଓ ଛାତ୍ରବୃତ୍ତି ଯୋଜନା ଯୁବକ ସଶକ୍ତିକରଣ ପାଇଁ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି।
ଆଗାମୀ ଦିନରେ ସବୁ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ‘ର ଶୁଭାରମ୍ଭ କରାଯିବ । ଏହା ଏକ ପଏଣ୍ଟ ବ୍ୟବସ୍ଥା ଭିତ୍ତିକ ସ୍ମାର୍ଟ କାର୍ଡ, ଯାହାକି ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ବିକାଶ, ବ୍ୟକ୍ତିତ୍ଵ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବ ବୋଲି ପାଣ୍ଡିଆନ କହିଛନ୍ତି। ଏହି କାର୍ଡ ସମୃଦ୍ଧିର ପାସପୋର୍ଟ ହେବ ବୋଲି ସେ କହିଛନ୍ତି।
Nabin Odisha Magic Card to Be Launched Soon
Next Article‘ଆମ ହସ୍ପିଟାଲ’ ଦ୍ୱିତୀୟ ପର୍ଯ୍ୟାୟ: ୧୫ଟି ଜିଲ୍ଲାରେ ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
