ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ , ଫିଜିକ୍ସରେ ଚଏସ ଡେଫିସିଟ୍ ପ୍ରଶ୍ନ ଆଟେମ୍ପ୍ଟ ନେଇଥିଲେ ମିଳିବ ଗ୍ରେସ ମାର୍କ
ଭୁବନେଶ୍ବର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାର ପ୍ରଶ୍ନ ରେଗୁଲାର ଓ ଏକ୍ସ- ରେଗୁଲାର ପିଲାଙ୍କ ସିଲାବସକୁ ନେଇ ପ୍ରସ୍ତୁତ ହୋଇଥିଲା। କିନ୍ତୁ ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ ଡେଫିସିଟ୍ ହୋଇଛି। କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲାବସକୁ କଭର କରିନି। ତାହାର ପୂରା ମାର୍କ ସମସ୍ତେ ପାଇବେ। କିନ୍ତୁ ଅନ୍ୟ ପ୍ରଶ୍ନ ଗୁଡ଼ିକରେ ଚଏସ ଡେଫିସିଟ୍ ହୋଇଛି। ଏ ନେଇ ବିଶେଷଜ୍ଞ କମିଟି ବୈଠକ ଖୁବ୍ ଶୀଘ୍ର ବସିବ। [...]
ଭୁବନେଶ୍ବର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାର ପ୍ରଶ୍ନ ରେଗୁଲାର ଓ ଏକ୍ସ- ରେଗୁଲାର ପିଲାଙ୍କ ସିଲାବସକୁ ନେଇ ପ୍ରସ୍ତୁତ ହୋଇଥିଲା। କିନ୍ତୁ ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ ଡେଫିସିଟ୍ ହୋଇଛି। କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲାବସକୁ କଭର କରିନି। ତାହାର ପୂରା ମାର୍କ ସମସ୍ତେ ପାଇବେ। କିନ୍ତୁ ଅନ୍ୟ ପ୍ରଶ୍ନ ଗୁଡ଼ିକରେ ଚଏସ ଡେଫିସିଟ୍ ହୋଇଛି। ଏ ନେଇ ବିଶେଷଜ୍ଞ କମିଟି ବୈଠକ ଖୁବ୍ ଶୀଘ୍ର ବସିବ। ମୋଟ ୧୯ ନମ୍ବର ଚଏସ୍ ଡେଫିସିଟ୍ ରହିଛି । ଯେଉଁ ପରୀକ୍ଷାର୍ଥୀ ଏସବୁ ପ୍ରଶ୍ନର ଉତ୍ତର ପାଇଁ ଚେଷ୍ଟା କରିଥିବେ, ସେମାନେ ଗ୍ରେସ୍ ମାର୍କ ପାଇବେ । ଯେତିକି ଚଏସ ଡେଫିସିଟ୍ ପ୍ରଶ୍ନ ଆଟେମ୍ପ୍ଟ ନେଇଥିବେ ପୂରା ମାର୍କ ପାଇବେ । ଏକ୍ସ- ରେଗୁଲାର ପିଲାଙ୍କ କୌଣସି ଅସୁବିଧା ହୋଇନି। ପିଲାମାନେ ବହୁତ୍ ଭଲ କରିଛନ୍ତି। ପ୍ରଶ୍ନ ପତ୍ର ତିଆରିରେ କେଉଁଠି ତ୍ରୁଟି ରହିଛି ତାର ଯାଞ୍ଚ ନିଶ୍ଚିତ କରାଯିବ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି।
ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ହେବ। ୨୨ ମାର୍ଚ୍ଚରୁ ଏପ୍ରିଲ ୨ ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ହେବ । ସେହିପରି ଏପ୍ରିଲ ୪ରୁ ୧୫ ମଧ୍ୟରେ ୨ୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି।
ପୋଷାକ ପାଇଁ ଚାଷୀଙ୍କୁ ମେଟ୍ରୋ ସେବା ବାରଣ, ସୁରକ୍ଷାକର୍ମୀ ବହିଷ୍କୃତ
Next Articleଇସ୍ରୋର ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ଚାରି ବାୟୁସେନା ପାଇଲଟଙ୍କ ନାଁ ଘୋଷଣା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
