ଜେଲ୍ ପରିସରରେ ପଡିଲା ବରମାଳା, ପୀଡିତାଙ୍କ ହାତ ଧରିଲେ ଅଭିଯୁକ୍ତ
ଭୁବନେଶ୍ୱର- ସାଧାରଣ ବିବାହ ଠାରୁ ଏହି ବାହାଘର ଥିଲା ଟିକେ ଅଲଗା ।ଏହି ବାହାଘରେ ବର ଓ ବରଯାତ୍ରୀ କନ୍ୟା ଘରକୁ ରୋଷଣୀ କରି ଯାଇନଥିଲେ । ବରଂ କନ୍ୟାପକ୍ଷ ରୋଷଣୀ କରି କନ୍ୟା ସହ ଜେଲରେ ପଞ୍ଚିଥିଲେ । ଜେଲ ପରିସରରେ ହୋଇଥିବା ମଣ୍ଡପରେ ପଡିଲା ହାତଗଣ୍ଠି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେଲେ ବର -କନ୍ୟା । ଭୁବନେଶ୍ବରର ଝାରପଡା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ଏଭଳି ଏକ ବିବାହ [...]
ଭୁବନେଶ୍ୱର- ସାଧାରଣ ବିବାହ ଠାରୁ ଏହି ବାହାଘର ଥିଲା ଟିକେ ଅଲଗା ।ଏହି ବାହାଘରେ ବର ଓ ବରଯାତ୍ରୀ କନ୍ୟା ଘରକୁ ରୋଷଣୀ କରି ଯାଇନଥିଲେ । ବରଂ କନ୍ୟାପକ୍ଷ ରୋଷଣୀ କରି କନ୍ୟା ସହ ଜେଲରେ ପଞ୍ଚିଥିଲେ । ଜେଲ ପରିସରରେ ହୋଇଥିବା ମଣ୍ଡପରେ ପଡିଲା ହାତଗଣ୍ଠି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେଲେ ବର -କନ୍ୟା । ଭୁବନେଶ୍ବରର ଝାରପଡା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ଏଭଳି ଏକ ବିବାହ ସମ୍ପନ୍ନ ହୋଇଛି। ଜେଲ୍ ପ୍ରଶାସନର ଅନୁମତିରେ ଏହି ନିଆରା ବାହାଘର ହୋଇଛି।
ଝାରପଡା ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବିବାହ ନେଇ ପୂର୍ବରୁ ମିଳିଥିଲା ଅନୁମତି । ଜେଲ ପରିସରରେ ନିର୍ମାଣ ହେଲା ବିବାହ ବେଦୀ । ପରେ କଏଦୀଙ୍କୁ ବିବାହ କରିବାକୁ ଜେଲରେ ସଜେଇ ହୋଇ ପହଞ୍ଚିଥିଲେ କନ୍ୟା । ବର ବେଶରେ ସଜେଇ ହୋଇଥିଲେ କଏଦୀ । କନ୍ୟା ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମନ୍ତ୍ରପାଠ, ଜଳୁଥିଲା ହୋମ ନିଆଁ । ଏହାପରେ ବେଦୀରେ ବସିଥିଲେ କନ୍ୟା ଓ ବର । ବୈଦିକ ରୀତିନୀତି ଅନୁସାରେ ବର କନ୍ୟାଙ୍କ ପଡିଥିଲା ହାତଗଣ୍ଠି । ବିବାହ ଭୋଜି ବି ଜେଲରେ ହୋଇଥିଲା । ପୀଡ଼ିତାଙ୍କ ସହ ଏଭଳି ଭାବେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିଯୁକ୍ତ କଏଦୀ ।
କଏଦୀ ଜଣକ କନ୍ୟାଙ୍କୁ ପ୍ରେମ କରୁଥିଲେ । କିନ୍ତୁ ମନୋମାଳିନ୍ୟ କାରଣରୁ ସେ ପ୍ରେମିକାଙ୍କଠାରୁ ଦୂରେଇ ଯାଇଥିଲେ । ଏହାପରେ ପ୍ରେମିକା, ପ୍ରେମିକଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ଭିତ୍ତିରେ ପ୍ରେମିକଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ପରେ ସମସ୍ତ ନିଜ ନିଜର ଭୁଲ୍ ବୁଝିପାରିଥିଲେ । ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ପରିବାର ଏ ନେଇ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହାୟତା ଲୋଡ଼ିଥିଲେ। ଝାରପଡା ଜେଲ୍ କର୍ତ୍ତୃପକ୍ଷ ମଧ୍ୟ କଏଦୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ ପାଇଁ ଅନୁମତି ଦେଇଥିଲେ। ଏହାପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହାୟତାରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ବିବାହ ଜେଲ୍ ପରିସରରେ ଧୁମଧାମରେ ସମ୍ପନ୍ନ ହୋଇଛି। ଏପରି ଏକ ବିବାହ ପାଇଁ ଜେଲ୍ କର୍ତ୍ତୃପକ୍ଷ ଓ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ପ୍ରଶଂସା କରାଯାଇଛି।
Good Initiative towards Reformation: Accused Marries Victim in Jharpada Special Jail
Next Articleପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦିନିକିଆ କର୍ମଶାଳା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
