ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟସଭା ନିର୍ବାଚନ: ହିମାଚଳ ପ୍ରଦେଶରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ୍ ଭୋଟିଂ, ସଙ୍କଟରେ କଂଗ୍ରେସ ସରକାର

ସିମଲା: ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶର ଶାସକ ଦଳ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନରେ ବିଜେପି ବାଜି ମାରିନେଇଛି । ଦଳର ୬ ଜଣ ବିଧାୟକ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଛନ୍ତି । ଫଳରେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି ହାରିଯାଇଛନ୍ତି। ସଂଖ୍ୟାଗରିଷ୍ଠତା ଏବଂ ରାଜ୍ୟରେ ସରକାର ଥିବା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ ଦଳ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି [...]

Admin•ଫେବୃଆରୀ 27, 2024
Share Article:

ସିମଲା: ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶର ଶାସକ ଦଳ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନରେ ବିଜେପି ବାଜି ମାରିନେଇଛି । ଦଳର ୬ ଜଣ ବିଧାୟକ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଛନ୍ତି । ଫଳରେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି ହାରିଯାଇଛନ୍ତି। ସଂଖ୍ୟାଗରିଷ୍ଠତା ଏବଂ ରାଜ୍ୟରେ ସରକାର ଥିବା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ ଦଳ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି ।

୬୯ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସର ୪୦ ଜଣ ବିଧାୟକ ଥିବା ସତ୍ତ୍ୱେ ଦଳୀୟ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ମାତ୍ର ୩୪ ଭୋଟ୍ ମିଳିଥିଲା। ଗୃହରେ ବିଜେପିର ୨୫ ଜଣ ସଦସ୍ୟ ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହର୍ଷ ମହାଜନଙ୍କ ସପକ୍ଷରେ ବି ୩୪ ଭୋଟ୍ ପଡ଼ିଥିଲା । ତିନି ସ୍ବାଧୀନ ବିଧାୟକ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିଲେ । ଟାଇ ହେବାରୁ ଲଟେରୀ ମାଧ୍ୟମରେ ଜିତିଥିଲେ ବିଜେପି ପ୍ରାର୍ଥୀ ।

ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଦଳୀୟ ବିଧାୟକଙ୍କ କ୍ରସ୍ ଭୋଟିଂ ପରେ ରାଜ୍ୟରେ କଂଗ୍ରେସ ସରକାର ପ୍ରତି ମଧ୍ୟ ସଙ୍କଟ ଦେଖାଦେଇଛି । ରାଜ୍ୟରେ ସୁଖବିନ୍ଦର ସିଂହ ସୁଖୁଙ୍କ ସରକାରରେ ସଂଖ୍ୟାଗରିଷ୍ଠତା ନାହିଁ ବୋଲି ବିଜେପି ଦାବି କରିଛି। ଫେବୃଆରୀ ୨୯ରେ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସୁଖୁଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରେ ବିଜେପି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖୁ ଅଭିଯୋଗ କରିଥିଲେ ଯେ ବିଜେପି ଆମର ୫-୬ ଜଣ ବିଧାୟକଙ୍କୁ‌ ହରିୟାଣା ପୋଲିସ ଏବଂ ସିଆରପିଏଫ୍ ସହାୟତାରେ ଅପହରଣ କରିନେଇ ପଞ୍ଚକୁଲାକୁ ନେଇଯାଇଛି।

#Odia#Odisha#News
Share Article:

Related Articles