ପୁରୀ ଚାଲାଣ ହେଉଥିବା ବେଳେ ୧୧୫୨ କିଲୋ ଭାଙ୍ଗ ଜବତ କଲା କେ. ନୂଆଗାଁ ପୋଲିସ
ବ୍ରହ୍ମପୁର – କେ. ନୂଆଗାଁ ପୋଲିସ ଏକ ବୋଲେରୋରେ ଚାଲାଣ ହେଉଥିବା ୧ ହଜାର ୧୫୨ ଭାଙ୍ଗ ଜବତ କରିବା ସହ ଜଣକୁ ଗିରଫ କରିଛି । ଆଜି ସକାଳେ ପାଟ୍ରୋଲିଂ ଓ ବ୍ଲକିଂ ବେଳେ କେ. ନୂଆଗାଁ ପୋଲିସ ରାଜ୍ୟ ରାଜପଥ ନମ୍ବର ୨୯ରେ ଦିଗପହଣ୍ଡିରୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳାରଙ୍ଗର ବୋଲେରୋକୁ ଅଟକାଇଥିଲା । ଡ୍ୟୁଟିରେ ଥିବା ଏଏସଆଇ ସି. ତାରକେଶ୍ୱର ରାଓ ଓ କେ. ନୂଆଗାଁ ପୋଲିସ ଟିମ୍ ବୋଲେରୋକୁ ରତ୍ନେଶ୍ୱରୀ [...]
ବ୍ରହ୍ମପୁର – କେ. ନୂଆଗାଁ ପୋଲିସ ଏକ ବୋଲେରୋରେ ଚାଲାଣ ହେଉଥିବା ୧ ହଜାର ୧୫୨ ଭାଙ୍ଗ ଜବତ କରିବା ସହ ଜଣକୁ ଗିରଫ କରିଛି । ଆଜି ସକାଳେ ପାଟ୍ରୋଲିଂ ଓ ବ୍ଲକିଂ ବେଳେ କେ. ନୂଆଗାଁ ପୋଲିସ ରାଜ୍ୟ ରାଜପଥ ନମ୍ବର ୨୯ରେ ଦିଗପହଣ୍ଡିରୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳାରଙ୍ଗର ବୋଲେରୋକୁ ଅଟକାଇଥିଲା । ଡ୍ୟୁଟିରେ ଥିବା ଏଏସଆଇ ସି. ତାରକେଶ୍ୱର ରାଓ ଓ କେ. ନୂଆଗାଁ ପୋଲିସ ଟିମ୍ ବୋଲେରୋକୁ ରତ୍ନେଶ୍ୱରୀ ମନ୍ଦିର ଛକରେ ଅଟକାଇଥିଲେ। ଡ୍ରାଇଭର ଓହ୍ଲାଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଗୋଡ଼ାଇ ଧରିଥିଲେ ପୋଲିସ ଟିମ୍ । ସେ ନିଜକୁ ଯାଜପୁର ଜିଲ୍ଲା ରସିଲପୁର ଗାଁର ସନ୍ତୋଷ ପଣ୍ଡା ବୋଲି ପରିଚୟ ଦେଇଥିଲା । ସେ ଚଳାଉଥିବା ବୋଲେରୋ ଯାଞ୍ଚ କରି ପୋଲିସ ଟିମ୍ ୪୨ଟି ପ୍ଲାଷ୍ଟିକ ଜରି ବ୍ୟାଗରୁ ଭାଙ୍ଗ ଜବତ କରିଥିଲା । ଜବତ ଭାଙ୍ଗ ଗଜପତି ଜିଲ୍ଲାରୁ କିଣାଯାଇ ପୁରୀ ଚାଲାଣ କରାଯାଉଥିଲା ବୋଲି ପୋଲିସ କହିଛି। ମୋଟ ୧ ହଜାର ୧୫୨ କେଜି ଭାଙ୍ଗ ସହ ବୋଲେରୋ ଜବତ କରିଛି ପୋଲିସ। ଗିରଫ ଡ୍ରାଇଭରକୁ ପଚରାଉଚରା କରି ତଦନ୍ତ ଜାରି ରଖିଛି ପୋଲିସ ।
ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଲେ କିଶନ, ଆୟର
Next Articleଜାତୀୟ ବିଜ୍ଞାନ ଦିବସ: ବିଭିନ୍ନ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟୋରିୟମର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
