ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସମ୍ବଲପୁର ମହାନଗରର ୧୦୦୦୫ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଧିବାସୀଙ୍କ ପାଇଁ ଆଜି ଥିଲା ଐତିହାସିକ ଦିନ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଶତାଦ୍ଦୀର ସ୍ବପ୍ନ ପୂରଣ କରିଛନ୍ତି। ମହାନଗର ନିଗମ ଅଞ୍ଚଳର ୧୦ ହଜାର ୫ ଜଣ ବସ୍ତି ବାସିନ୍ଦାଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଛି। ସମ୍ବଲପୁର ସହରର ମନ୍ଦଳିଆ ପଡିଆରେ ଆଜିଠାରୁ ଜାଗା ମିଶନ ଅଧୀନରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଭୂମିହୀନକୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ [...]

Admin•ଫେବୃଆରୀ 29, 2024
Share Article:

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଧିବାସୀଙ୍କ ପାଇଁ ଆଜି ଥିଲା ଐତିହାସିକ ଦିନ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଶତାଦ୍ଦୀର ସ୍ବପ୍ନ ପୂରଣ କରିଛନ୍ତି। ମହାନଗର ନିଗମ ଅଞ୍ଚଳର ୧୦ ହଜାର ୫ ଜଣ ବସ୍ତି ବାସିନ୍ଦାଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଛି।

ସମ୍ବଲପୁର ସହରର ମନ୍ଦଳିଆ ପଡିଆରେ ଆଜିଠାରୁ ଜାଗା ମିଶନ ଅଧୀନରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଭୂମିହୀନକୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ହିତାଧିକାରୀଙ୍କୁ ଏହି ପ୍ରମାଣପତ୍ର ବଣ୍ଟନ କରିଥିଲେ। ଏଥିରେ ସମ୍ବଲପୁର, ବୁର୍ଲା ଏବଂ ହୀରାକୁଦ ସହରର ୧୧୫ଟି ଝୁମ୍ପୁଡି ବସ୍ତିର ୧୦ ହଜାର ୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଆଗକୁ ମୋଟ ୩୪ ହଜାର ଏଲ୍ଆରସି ବଣ୍ଟନ କରାଯିବ। ଆଜିର କାର୍ଯ୍ୟକ୍ରମରେ ମନ୍ଦଳିଆ ପଡିଆରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏବଂ ମହାନଗର ନିଗମ କମିଶନର ବେଦଭୂଷଣ ଯୋଗଦେଇ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ପିଢି ପିଢି ଧରି ଝୁମ୍ପୁଡି ବସ୍ତିରେ ସରକାରୀ ଜମିରେ ମୁଣ୍ଡ ଗୁଞ୍ଜିଥିବା ଏହି ବସ୍ତି ବାସିନ୍ଦା ଆଜି ନିଜେ ରହୁଥିବା ଜମିର ମାଲିକାନାସତ୍ତ୍ବ ପାଇ ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି।

#Odia#Odisha#News
Share Article:

Related Articles