ଘରର ସବୁ ବାସ୍ତୁଦୋଷ ଦୂର କରିଥାନ୍ତି ଏହି ୫ ଟି ଜିନିଷ
ଆଜିର ଦୁନିଆରେ ଯାଗାର କମି କିମ୍ବା ଧନର ଅଭାବ ଯୋଗୁ କିଛି ଲୋକ ଚାହୁଁନଥିଲେ ବି ଏମିତି ଯାଗାରେ ଘର କିମ୍ବା ଦୋକାନ କିଣିବାକୁ ପଡିଥାଏ ଯାହା ସମ୍ପୂର୍ଣ୍ଣ ଭାବେ ବାସ୍ତୁଶାସ୍ତ୍ରର ନିୟମରେ ଆସେନାହିଁ। ଏମିତି ସ୍ଥାନରେ ଅନେକ ପ୍ରକାରର ବାସ୍ତୁଦୋଷ ଥାଏ ଯାହା ଆମର ଜୀବନରେ ସମସ୍ୟା ନେଇ ଆସିଥାନ୍ତି। ଏହି ବାସ୍ତୁଦୋଷକୁ ଦୂର କରିବା ପାଇଁ ଭଙ୍ଗା ରୁଜା ବି କରାଯାଇ ପାରିବ ନାହିଁ କିନ୍ତୁ ଏହି ବିଷୟରେ ବାସ୍ତୁଶାସ୍ତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉପାୟ [...]
ଆଜିର ଦୁନିଆରେ ଯାଗାର କମି କିମ୍ବା ଧନର ଅଭାବ ଯୋଗୁ କିଛି ଲୋକ ଚାହୁଁନଥିଲେ ବି ଏମିତି ଯାଗାରେ ଘର କିମ୍ବା ଦୋକାନ କିଣିବାକୁ ପଡିଥାଏ ଯାହା ସମ୍ପୂର୍ଣ୍ଣ ଭାବେ ବାସ୍ତୁଶାସ୍ତ୍ରର ନିୟମରେ ଆସେନାହିଁ। ଏମିତି ସ୍ଥାନରେ ଅନେକ ପ୍ରକାରର ବାସ୍ତୁଦୋଷ ଥାଏ ଯାହା ଆମର ଜୀବନରେ ସମସ୍ୟା ନେଇ ଆସିଥାନ୍ତି। ଏହି ବାସ୍ତୁଦୋଷକୁ ଦୂର କରିବା ପାଇଁ ଭଙ୍ଗା ରୁଜା ବି କରାଯାଇ ପାରିବ ନାହିଁ କିନ୍ତୁ ଏହି ବିଷୟରେ ବାସ୍ତୁଶାସ୍ତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉପାୟ କୁହାଯାଇଛି ଯାହା ଭଙ୍ଗା ରୁଜା ନକରି ବାସ୍ତୁଦୋଷ ଦୂର କରିପାରିବେ।
ଯଦି କାହାର ଘରର ମୁଖ୍ୟ ଦ୍ୱାର ଭୁଲ ଦିଗରେ ହୋଇଥାଏ କିମ୍ବା ରୋଷେଇ ଘର ବି ଭୁଲ ଦିଗରେ ନିର୍ମାଣ ହୋଇଥାଏ ତେବେ ଘରର ଶୋଇବା ରୁମ ଅନୁଚିତ ଦିଗରେ ହୋଇଥାଏ ଘରର ଉଚ୍ଚତା ବି ଠିକ ହୋଇନଥାଏ ଶୌଚାଳୟର ଦ୍ୱାର ରୋଷେଇ ଘରର ସାମ୍ନାରେ ଥାଏ ତ ଏମିତି ଅନେକ ପ୍ରକାରର ବାସ୍ତୁଦୋଷର ଆମକୁ ସାମ୍ନା କରିବାକୁ ପଡିଥାଏ କିନ୍ତୁ ଏହାର ନିବାରଣ ହେତୁ ବାସ୍ତୁଶାସ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପାୟ ଉଲ୍ଲେଖ କରାଯାଇଛି।
କିଛି ସାଧାରଣ ଜିନିଷ ଘରର ବାସ୍ତୁଦୋଷକୁ ଦୂର କରିପାରିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ନିଜ ଘରେ ରଖି ବାସ୍ତୁଦୋଷକୁ ଦୂର କରିପାରିବେ।
ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ବିଷୟରେ
ପାରଦ ଶଙ୍ଖ:- ଏହାକୁ ଭଗବାନ କୁବେରଙ୍କ ପ୍ରତୀକ ମାନାଯାଇଛି। ଏହା ମାନ୍ୟତା ଅଛି ଯେ ପାରଦ ଶଙ୍ଖ ଦ୍ୱାରା ବାସ୍ତୁଦୋଷର ନିବାରଣ ହୋଇଥାଏ। ଘରେ ଏହାକୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କୁ ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଘରେ ଚିରସ୍ଥାୟୀ ଲକ୍ଷ୍ମୀଙ୍କ କୃପା ବନିରହିଥାଏ।
କଇଁଛ:- ଆଜିକାଲି ଲୋକେ ଘରର ବାସ୍ତୁଦୋଷକୁ ନେଇ ଅଧିକ ଚିନ୍ତିତ ରହୁଛନ୍ତି କାରଣ ଘରେ ବାସ୍ତୁଦୋଷ ଥିଲେ ଘରର ସମୃଦ୍ଧି ହୋଇପାରେ ନାହିଁ। କ୍ଳେଶ ରୋଗ ତଥା ଲଢେ଼ଇ ଝଗଡା ଆଦି ଧନର ବ୍ୟୟ ହୋଇଥାଏ। କଇଁଛକୁ ଘରେ ରଖିଲେ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ନିଜ ନିଜ ମଧ୍ୟରେ ବୁଝାମଣା ଭଲ ରହିଥାଏ। ପରିବାରର ସଦସ୍ୟଙ୍କ ମଧ୍ୟରେ ପରିବାରର ବିକାଶ ଭାବନାର ବିକାଶ ହୋଇଥାଏ। ଏହାକୁ ନିଜ ଦୁକାନରେ ରଖିଲେ କାର୍ଯ୍ୟ କ୍ଷେତ୍ର ବ୍ୟବସାୟରେ ବୃଦ୍ଧି ହୋଇଥାଏ ଏବଂ ନଜର ଦୋଷରୁ ବି ବଞ୍ଚି ରହିପାରିବେ। ବ୍ୟବସାୟରେ ଆସୁଥିବା ବାଧା ବିଘ୍ନର ନିବାରଣ ହୋଇଯାଇଥାଏ।
ସ୍ପଟିକ ପିରାମିଡ:- ଏହାକୁ ଉର୍ଜାର ବୃଦ୍ଧି ପାଇଁ ରଖାଯାଏ। ସ୍ପଟିକ ପିରାମିଡକୁ ବାସ୍ତୁଶାସ୍ତ୍ରରେ ଅନେକ ମହତ୍ତ୍ଵ ଦିଆଯାଏ। ବାସ୍ତୁ ଅନୁସାରେ ପିରାମିଡ ନକରାତ୍ମକ ଉର୍ଜାକୁ ସମାପ୍ତ କରି ସକରାତ୍ମକ ଉର୍ଜାର ସଞ୍ଚାର କରିଥାଏ। ଏହାକୁ ପ୍ରତିଦିନ ପୂଜା କରିଲେ ମା ଲକ୍ଷ୍ମୀ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଘର ତଥା ବ୍ୟବସାୟ କ୍ଷେତ୍ରରେ ଶୁଭତ୍ୱର ବାସ ରହିଥାଏ।
ସ୍ପଟିକ କଇଁଛ। ଏହାକୁ ବାସ୍ତୁଦୋଷର ଉପାୟରେ ପ୍ରୟୋଗ କରାଯାଏ। ଏହାକୁ ଦୀର୍ଘାୟୁର ପ୍ରତୀକ ମାନାଯାଏ। ଏହା ଯାହା ପାଖରେ ଥାଏ ତାକୁ ସୁରକ୍ଷା କବଜ ପ୍ରଦାନ କରିଥାଏ। ଏହାର ପ୍ରଭାବରେ ବ୍ୟକ୍ତିର ମାନସିକ ସନ୍ତୁଳନ ବନି ରହିଥାଏ।
ରଙ୍ଗୀନ ମାଛ। ଏହା ନାଁ କେବଳ ଘରର ସୁନ୍ଦରତାକୁ ବୃଦ୍ଧି କରିଥାଏ ବରଂ ଏହା ଘରର ବାସ୍ତୁଦୋଷକୁ ବି ନିବାରଣ କରିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଘରେ ରଖିଲେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ ଏବଂ ଧନର ଆଗମନର ମାର୍ଗ ଖୋଲିଯାଏ।
୩ଟି ଗୋଡ଼ ଥିବା ବେଙ୍ଗ:- ଘରର ସୁଖ ଶାନ୍ତିର ବୃଦ୍ଧି ପାଇଁ ଘରେ ୩ଟି ଗୋଡ଼ ଥିବା ବେଙ୍ଗକୁ ଘରର କବାଟରେ ଏମିତି ଲଗେଇବା ଉଚିତ କି ବେଙ୍ଗ ଦ୍ଵାର ଆଡ଼କୁ ଆସୁଥିବାର ଦେଖାଯିବ। ଏହା ଘରର ଆର୍ଥିକ ସଙ୍କଟକୁ ଦୂର କରିଥାଏ।
କଇଁଛ ଶଙ୍ଖ:- ଏହି ଶଙ୍ଖର ଆକୃତି କଇଁଛ ସମାନ ହୋଇଥାଏ। ଯେଉଁ କାରଣରୁ ଏହାକୁ କଇଁଛ ଶଙ୍ଖ କୁହାଯାଏ। ଏହି ଶଙ୍ଖକୁ ଧନ ସମ୍ପତ୍ତି ପ୍ରଦାନକାରୀ ମାନାଯାଏ। ଏହି ଶଙ୍ଖ ପରିବାରରେ ଉନ୍ନତିରେ ଆସୁଥିବା ସବୁ ବାଧାକୁ ଦୂର କରିଥାଏ।
ପଞ୍ଚଜନ୍ୟ ଶଙ୍ଖ:- ଏହା ଭଗବାନ ଶ୍ରୀକୃଷ୍ଣଙ୍କ ଶଙ୍ଖ। ଏହାକୁ ବିଜୟୀ ଏବଂ ଯଶର ପ୍ରତୀକ ମାନାଯାଏ। ଏହା ୫ ଆଙ୍ଗୁଳିର ଆକୃତି ହୋଇଥାଏ। ଏହାର ସ୍ଥାପନା ବାସ୍ତୁଦୋଷ ନିବାରଣ ପାଇଁ କରାଯାଇଥାଏ।
ଅଷ୍ଟଧାତୁରେ ପିରାମିଡର ଯନ୍ତ୍ର:- ଏହି ଶ୍ରୀଯନ୍ତ୍ରକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ। ଏହାକୁ ଅଷ୍ଟ ଧାତୁରେ ନିର୍ମିତ କରିଲେ ଏହା ଅଷ୍ଟ ମା ଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ କରିଥାଏ। ପିରାମିଡ ଆକାରରେ ଏହି ଯନ୍ତ୍ର ଘରେ ସୁଖ ସମୃଦ୍ଧି ବନେଇ ରଖିଥାଏ।
ଆଇନା:- ଏହା ଆନ୍ତରିକ ସୁନ୍ଦରତା ଏବଂ ସୁରକ୍ଷାରେ ବୃଦ୍ଧି କରିଥାଏ। କିନ୍ତୁ ଏହାର ଆକାରର କୌଣସି ବିଶେଷ ମହତ୍ତ୍ଵ ନାହିଁ। ଯଦି ରାଜମାର୍ଗ କିମ୍ବା ଭବନରେ ପ୍ରବେଶ କରିବେ କିମ୍ବା କୌଣସି ପ୍ରକାରର ଦ୍ଵାରରେ କିମ୍ବା ଦ୍ୱାର ସାମ୍ନାରେ କୌଣସି ଖମ୍ବା କିମ୍ବା ଗଛ ଥିବ ତ ଝରକାର ବାହାର ଅଂଶରେ ଏହି ଆଇନା ଲଗାଇ ତାହାର କୁପ୍ରଭାବକୁ ନଷ୍ଟ କରାଯାଇ ପାରିବ କିନ୍ତୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଏହାକୁ ଭୁଲରେ ବି ଲଗାନ୍ତୁ ନାହିଁ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleବାବାସାହେବଙ୍କ ଭୀମରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
