ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ

ଭୁବନେଶ୍ୱର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ଯିବେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ବିମାନ ବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରିବେ ରାଷ୍ଟ୍ରପତି । ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି। ୩୫ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ [...]

Admin•ମାର୍ଚ୍ଚ 1, 2024
Share Article:

ଭୁବନେଶ୍ୱର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ଯିବେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ବିମାନ ବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରିବେ ରାଷ୍ଟ୍ରପତି । ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି। ୩୫ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ ସହ ୪୩ ଜଣଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରିବେ ରାଷ୍ଟ୍ରପତି। ଏହାପରେ ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଛାତ୍ରଛତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ରାଷ୍ଟ୍ରପତି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦର ଫେରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଡ଼କ ପଥରେ ସେଠାରୁ କଟକରେ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି। କଟକରେ ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରି ଆସିବେ।
ଆସନ୍ତାକାଲି ସମ୍ବଲପୁରରେ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି।

#Odia#Odisha#News
Share Article:

Related Articles