ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରିଥିଲେ। ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଭାବରେ ଦିଆଯାଉଥିଲା। ସୂଚନାଯୋଗ୍ୟ ଯେ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ [...]

Admin•ମାର୍ଚ୍ଚ 2, 2024
Share Article:
ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରିଥିଲେ। ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଭାବରେ ଦିଆଯାଉଥିଲା। ସୂଚନାଯୋଗ୍ୟ ଯେ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ  ଦୃଷ୍ଟି ଆକର୍ଷଣ କରିଥିଲେ ।
ଉକ୍ତ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କ ବିଭିନ୍ନ ଦାବି ସହୃଦୟତାର ସହ ବିଚାର କରି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସେମାନଙ୍କ ପାରିତୋଷିକକୁ ମାସିକ ୫୩୭୯ ଟଙ୍କାରୁ  ୧୦,୦୦୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି କରିଛନ୍ତି ।
ଏହାଦ୍ବାରା ରାଜ୍ୟରେ ବର୍ତ୍ତମାନ ନିୟୋଜିତ ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ଉପକୃତ ହେବେ ।
#Odia#Odisha#News
Share Article:

Related Articles