ଗୋକର୍ଣ୍ଣେଶ୍ୱର ଦେଉଳ
ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକରେ ଗୋକର୍ଣ୍ଣେଶ୍ୱର ଦେଉଳ ଅବସ୍ଥିତ । ପୂର୍ବଘାଟ ପର୍ବତମାଳାର ପ୍ରାୟ ମଧ୍ୟଭାଗରେ ଅବସ୍ଥିତ ମହେନ୍ଦ୍ରଗିରି ବା ମହେନ୍ଦ୍ରାଚଳ, ଏହାର ଶିଖର ଦେଶରୁ ଦେଖାଯାଏ ସୁବିସ୍ତୀର୍ଣ୍ଣ ନୀଳ ସାଗର । ମହେନ୍ଦ୍ରଗିରି ଶିଖରରେ ଥିବା ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିବାକୁ ହେଲେ ପାଦଦେଶରେ ଥିବା ବୁରୁଖତ ପାସଠାରୁ ୧୦କିଲୋମିଟର ରାସ୍ତା ଚଢ଼ିକରି ଯିବାକୁ ହୋଇଥାଏ । ଅଗମ୍ୟ ପାହାଡ଼ ଓ ଉଠାଣିଆ ରାସ୍ତାକୁ ଅତିକ୍ରମ ଭକ୍ତମାନେ ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିଥାନ୍ତି । କିମ୍ବଦନ୍ତୀ ମହେନ୍ଦ୍ରଗିରିର ଶିଖର [...]
ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକରେ ଗୋକର୍ଣ୍ଣେଶ୍ୱର ଦେଉଳ ଅବସ୍ଥିତ । ପୂର୍ବଘାଟ ପର୍ବତମାଳାର ପ୍ରାୟ ମଧ୍ୟଭାଗରେ ଅବସ୍ଥିତ ମହେନ୍ଦ୍ରଗିରି ବା ମହେନ୍ଦ୍ରାଚଳ, ଏହାର ଶିଖର ଦେଶରୁ ଦେଖାଯାଏ ସୁବିସ୍ତୀର୍ଣ୍ଣ ନୀଳ ସାଗର । ମହେନ୍ଦ୍ରଗିରି ଶିଖରରେ ଥିବା ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିବାକୁ ହେଲେ ପାଦଦେଶରେ ଥିବା ବୁରୁଖତ ପାସଠାରୁ ୧୦କିଲୋମିଟର ରାସ୍ତା ଚଢ଼ିକରି ଯିବାକୁ ହୋଇଥାଏ । ଅଗମ୍ୟ ପାହାଡ଼ ଓ ଉଠାଣିଆ ରାସ୍ତାକୁ ଅତିକ୍ରମ ଭକ୍ତମାନେ ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିଥାନ୍ତି ।
କିମ୍ବଦନ୍ତୀ
ମହେନ୍ଦ୍ରଗିରିର ଶିଖର ଦେଶ ଏକଦା ପବିତ୍ର ଧର୍ମକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା । ଏହିଠାରୁ ବୀର ହନୁମାନ ଲଙ୍କାକୁ ଲମ୍ଫ ପ୍ରଦାନ କରିଥିବା ବାଲ୍ମୀକୀ ରାମାୟଣରେ ବର୍ଣ୍ଣିତ ଅଛି । ତା’ପୂର୍ବରୁ ହନୁମାନ ମହେନ୍ଦ୍ର ପର୍ବତ ଶିଳାରାଶିକୁ ଆଲିଙ୍ଗନ କରି ଶକ୍ତି ସଞ୍ଚୟ କରିଥିଲେ । ମହାଭାରତରେ ମଧ୍ୟ ପାଣ୍ଡବ ପଞ୍ଚଭ୍ରାତା ବନବାସ ବେଳେ ରାତ୍ରି କାଳରେ ମହେନ୍ଦ୍ର ପର୍ବତ ପାଦ ଦେଶରେ ଆଶ୍ରୟ ନେଇଥିଲେ । ସେଠାରେ ଥିବା ବେଦିକାରେ ଆରୋହଣ ଫଳରେ ସେମାନଙ୍କର ବଳ ଓ ଶୌର୍ଯ୍ୟ ବର୍ଦ୍ଧିତ ହେଲା । ପରେ ସେଠାରେ ‘ଗୁହ’ ନାମକ ଆଦିବାସୀ ଶବର ସମ୍ପ୍ରଦାୟ ବସବାସ କରୁଥିଲେ । ମାତ୍ର ୫ମ ବା ୬ଷ୍ଠ ଶତାବ୍ଦୀ ବେଳକୁ କଳିଙ୍ଗର ପ୍ରାଚୀନ ଗଙ୍ଗବଂଶୀୟ ରାଜାମାନେ ମହେନ୍ଦ୍ର ପର୍ବତ ଶିଖର ଦେଶରେ କେତେକ ମନ୍ଦିର ନିର୍ମାଣ କରି ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ତାହାକୁ ଏକ ଶୈବକ୍ଷେତ୍ରରେ ପରିଣତ କରିଦେଲେ । ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ଯେଉଁ କ୍ଷୁଦ୍ର ମନ୍ଦିରଟିରେ ଉଚ୍ଚତମ ଶିଖରରେ ପ୍ରତିଷ୍ଠିତ, ତାହା ଏବେ ଭୀମ ଦେଉଳ ନାମରେ ପରିଚିତ । ଦେଉଳର ଆଡ଼ମ୍ବରଶୂନ୍ୟ ଗଠନକ୍ରିୟାରୁ ଏହା ମରାଠାମାନଙ୍କ ଶାସନ ସମୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । ତାହା ସମ୍ଭବତଃ ବିଷ୍ଣୁ ମନ୍ଦିର ଥିଲା । ପରବର୍ତ୍ତୀ କାଳରେ ଗଙ୍ଗବଂଶୀୟ ରାଜାଙ୍କଦ୍ୱାରା ଶିବ ମନ୍ଦିରରେ ପରିଣତ ହେଲା । ତେବେ ସେ ଯାହାହେଉନା କାହିଁକି ଭୀମ ଦେଉଳର ତଳ ଆଡକୁ ରହିଛି ଯୁଧିଷ୍ଠିର, ଅର୍ଜୁନ ଓ କୁନ୍ତୀ ଦେଉଳ । ଏହା ସହ ପାହାଡ଼ ତଳେ ଥିବା ତୁମ୍ବା ଗ୍ରାମରେ ପର୍ଶୁରାମ ମନ୍ଦିର ଅଛି । ମତ୍ସପୁରାଣ ଅନୁଯାୟୀ ଗୋକର୍ଣ୍ଣେଶ୍ୱର କ୍ଷେତ୍ରରେ ଶ୍ରାଦ୍ଧ କଲେ ପିତୃଲୋକଙ୍କୁ ସ୍ୱର୍ଗପ୍ରାପ୍ତ ହୁଏ ।
ପର୍ବ ପର୍ବାଣି
ଓଡ଼ିଶାର ହିମାଳୟ ଭାବେ ପରିଚିତ ମହେନ୍ଦ୍ରଗିରିସ୍ଥ ଗୋକର୍ଣ୍ଣେଶ୍ୱର ଦେଉଳରେ ସାରାଭାରତରେ ମହାଶିବରାତ୍ରି ପାଳନର ପୂର୍ବରାତ୍ରରେ ମହାଶିବରାତ୍ରି ପାଳନ ହୋଇଥାଏ !
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleକିଛି ଜିଲ୍ଲାରେ ପାଗରେ ସାମାନ୍ୟ ପରିବର୍ତ୍ତନ ସମ୍ଭାବନା, ଆଜି ଓ କାଲି ହାଲୁକା ବର୍ଷା ପୂର୍ବାନୁମାନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
