ଭୌମବଂଶୀ ରାଜାଙ୍କ ରାଜତ୍ୱ କାଳରେ ନିର୍ମିତ ଶୈବପୀଠ ଚମ୍ପାନାଥ ମନ୍ଦିର
ଅଭିବକ୍ତ କଟକ ଜିଲ୍ଲାର ,ଆଠଗଡ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ଗଡଜାତର ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ ଶୈବପିଠ ଚମ୍ପେଶ୍ୱରର ଚମ୍ପାନାଥ ଅନ୍ୟତମଏହି ଶୈବପିଠର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟ ଯେତିକି ମନମୁଗ୍ଧକର ଅଧିକ ଚର୍ଚ୍ଚିତ ମନ୍ଦିର ବେଢାରେ ନିକଟସ୍ଥ ପୋଖରୀରେ ଥିବା ଛୋଟବଡ ଶହ ଶହ କଇଁଛଙ୍କ ଜଳ କ୍ରୀଡ଼ାମନ୍ଦିର ପ୍ରବେଶ ପୁର୍ବରୁ ପାଦ ପ୍ରକ୍ଷାଳନ ସମୟରେ ସତେ ଯେମିତି ସ୍ୱାଗତ କରିବା ପାଇଁ ନିକଟକୁ ଆସିଥାନ୍ତି । କିମ୍ବଦନ୍ତୀ ପୁର୍ବେ ଏକ ଚମ୍ପା ଗଛ ମୁଳେ ପ୍ରଭୁ ଆବିର୍ଭୁତ [...]
ଅଭିବକ୍ତ କଟକ ଜିଲ୍ଲାର ,ଆଠଗଡ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ଗଡଜାତର ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ ଶୈବପିଠ ଚମ୍ପେଶ୍ୱରର ଚମ୍ପାନାଥ ଅନ୍ୟତମଏହି ଶୈବପିଠର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟ ଯେତିକି ମନମୁଗ୍ଧକର ଅଧିକ ଚର୍ଚ୍ଚିତ ମନ୍ଦିର ବେଢାରେ ନିକଟସ୍ଥ ପୋଖରୀରେ ଥିବା ଛୋଟବଡ ଶହ ଶହ କଇଁଛଙ୍କ ଜଳ କ୍ରୀଡ଼ାମନ୍ଦିର ପ୍ରବେଶ ପୁର୍ବରୁ ପାଦ ପ୍ରକ୍ଷାଳନ ସମୟରେ ସତେ ଯେମିତି ସ୍ୱାଗତ କରିବା ପାଇଁ ନିକଟକୁ ଆସିଥାନ୍ତି ।
କିମ୍ବଦନ୍ତୀ
ପୁର୍ବେ ଏକ ଚମ୍ପା ଗଛ ମୁଳେ ପ୍ରଭୁ ଆବିର୍ଭୁତ ହୋଇଥିବାରୁ ସେହି ଅନୁସାରେ ତାଙ୍କ ନାମ ଚମ୍ପାନାଥ ଓ ଉକ୍ତ ସ୍ଥାନର ଇଶ୍ୱର ହୋଇଥିବାରୁ ଗ୍ରାମର ନାମ ଚମ୍ପା ଇଶ୍ୱରରୁ “ଚମ୍ପେଶ୍ୱର” ହୋଇଥିବା ଶୁଣିବାକୁ ମିଳେ ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ଭୌମବଂଶୀ ରାଜାଙ୍କ ରାଜତ୍ୱ କାଳରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ ସାଧାରଣତଃ ଶିବ ମନ୍ଦିର ଗୁଡିକରେ ମୁଖଶାଳା ପୁର୍ବ ଦିଗକୁ ଥିବାବେଳେ ଏହି ମନ୍ଦିରର ମୁଖଶାଳା ପଶ୍ଚିମକୁ ରହିଛି ଏହାକୁ ନେଇ ଏକ ରହସ୍ୟଭରା ଲୋକକଥା ରହିଛି ଏକଦା ମନ୍ଦିର ପଶ୍ଚିମ ପାଖ ପୋଖରୀ ଆରପଟେ ଚାଷଖେତରେ ଜଣେ ଚଷାପୁଅ ପାହାନ୍ତିଆ ପହରରୁ ଗୀତ ବୋଲି ଚାଷ କରୁଥିଲାତାର ସୁଲଳିତ କଣ୍ଠସ୍ୱରରେ ମୁଗ୍ଧ ହୋଇ ପ୍ରଭୁ ପଶ୍ଚିମକୁ ମୁଖ କରି ଗୀତ ଶୁଣିବାକୁ ଲାଗିଲେ ଗୀତ ଶୁଣୁଶୁଣୁ ସକାଳ ହୋଇଗଲା; ହେଲେ ପ୍ରଭୁ ଚମ୍ପାନାଥ ତାଙ୍କ ମୂଳ ଆସ୍ଥାନକୁ ଯିବାକୁ ଭୁଲି ଯାଇଥିଲେ ସେହିଦିନଠାରୁ ପ୍ରଭୁ ପଶ୍ଚିମମୁଖା ହୋଇ ରହି ଯାଇଥିବା ରହସ୍ୟ ଜନମାନସରୁ ଶୁଣିବାକୁ ମିଳେ ଚମ୍ପାନାଥଙ୍କ ପଶ୍ଚିମମୁଖା ମୁଖ୍ୟ ମନ୍ଦିରକୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବାକୁ ପଡ଼ିଥାଏଗର୍ଭଗୃହରେ ଚମ୍ପାନାଥଙ୍କ ପାତାଳଫୁଟା ସ୍ୱୟମ୍ବୂ ଲିଙ୍ଗ ବେଢା ଭୂମି ପତ୍ତନଠାରୁ ପ୍ରାୟ ୬ ଫୁଟ ତଳେ ଏକ ଗମ୍ଭିରା ଭିତରେ ଅବସ୍ଥିତ । ବେଢାରେଥିବା ଅନେକ ଛୋଟଛୋଟ ମନ୍ଦିରରେ ଅନେକ ଶିବ ଲିଙ୍ଗ ପୂଜା ପାଉଛନ୍ତିମନ୍ଦିର ବେଢାରେ ବହୁ ପ୍ରାଚୀନ ଭାସ୍କର୍ଯ୍ୟର ନମୁନା ଦେଖିବାକୁ ମିଳେ କଥିତ ଅଛି ଯେ ଦ୍ୱାପର ଯୁଗର ପ୍ରବଳ ପ୍ରତାପୀ ବାଣାସୁର ଶିବଙ୍କ ପୂଜା କରିବାକୁ ଚମ୍ପାନାଥ ପୀଠ ଆସୁଥିଲେଏହି ପୀଠର ଅନତି ଦୁରରେ ଦକ୍ଷିଣ ଦିଗକୁ ନରସିଂହପୁର ପଦାମାଳ ନିକଟସ୍ଥ ମହାନଦୀ କୂଳରେ ପୂର୍ବେ ବାଣାସୁରଗଡ ଥିଲା ଯାହା ଏବେ ବାଣେଶ୍ୱରନାସୀ ଭାବେ ଖ୍ୟାତଏଠାରେ ପ୍ରାଚୀନ ବୌଦ୍ଧ ସଂସ୍କୃତିର ଧ୍ୱସାଂବଶେଷ ଆବିଷ୍କୃତ ହୋଇଥିବାରୁ ଏହା ଜାତୀୟ ସ୍ମାରକୀ ମାନ୍ୟତା ପ୍ରାପ୍ତ ହୋଇଛି
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleଆଜି ମାଟ୍ରିକ ପରୀକ୍ଷା ଶେଷ, ଆସନ୍ତା ୧୫ରୁ ଖାତା ଦେଖା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
