ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିଜୁ ଜନ୍ମତିଥିରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ

ସମ୍ବଲପୁର: ମହାନ ଜନ ନାୟକ, ଆଧୁନିକ ଓଡିଶାର ଖାରବେଳ, ଇଣ୍ଡୋନେସିଆର ଭୂମିପୁତ୍ର ତଥା କଳିଙ୍ଗ ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ଅବସରରେ ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ -୨୦୨୪ ପାଳିତ ହୋଇଛି। ଏହି ଅବସରରେ ସିଡିଓ-କମ-ଇଓ ଧର୍ମେନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସିଡିଓ-କମ-ଇଓ ଧର୍ମେନ୍ଦ୍ର ମଲ୍ଲିକ [...]

Admin•ମାର୍ଚ୍ଚ 5, 2024
Share Article:

ସମ୍ବଲପୁର: ମହାନ ଜନ ନାୟକ, ଆଧୁନିକ ଓଡିଶାର ଖାରବେଳ, ଇଣ୍ଡୋନେସିଆର ଭୂମିପୁତ୍ର ତଥା କଳିଙ୍ଗ ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ଅବସରରେ ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ -୨୦୨୪ ପାଳିତ ହୋଇଛି। ଏହି ଅବସରରେ ସିଡିଓ-କମ-ଇଓ ଧର୍ମେନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ।

ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସିଡିଓ-କମ-ଇଓ ଧର୍ମେନ୍ଦ୍ର ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବିଜୁ ବାବୁଙ୍କ ସ୍ୱପ୍ନର ସମୃଦ୍ଧ ଏବଂ ସଶକ୍ତ ଓଡିଶା ଗଠନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ଜିଲ୍ଲା ପରିଷଦ ଅଧକ୍ଷା କୁମୁଦିନୀ ନାୟକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତଃ ବିଜୁ ବାବୁଙ୍କଙ୍କ ଅଦମ୍ୟ ସାହସିକତା ଏବଂ ଓଡିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ତାଙ୍କର ବିଶେଷ ଅବଦାନ ଉପରେ ଆଲୋକପାତ କରିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥା ତଥା ସମସ୍ତ ସରକାରୀ ଯୋଜନା ଗୁଡିକର ପ୍ରକୃତ ସୁଫଳ ପାଇବା ପାଇଁ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ଏବଂ ସମ୍ବଲପୁର ଜିଲ୍ଲାର ବିକାଶ ନିମନ୍ତେ ସମସ୍ତଙ୍କ ସହଭାଗିତା କାମନା କରିଥିଲେ। ସେ କହିଥିଲେ ଯେ ବିଜୁ ବାବୁଙ୍କ ସମୟରେ ଲାଗୁ ହୋଇଥିବା ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଓଡ଼ିଶାର ମହିଳାଙ୍କୁ ପ୍ରୋତ୍ସାହିତ କରିଛି। ଅନେକ ମହିଳା ସଶକ୍ତ ହୋଇଥିବାରୁ ଗ୍ରାମସ୍ତରରେ ତାଙ୍କର ଅବଦାନ ବେଶ୍ ଦେଖିବାକୁ ମିଳୁଛି। ଅନ୍ତିମରେ କହିଲେ ଯେ ” ଆସନ୍ତୁ ଆମ ରାଜ୍ୟକୁ ସୁଦୃଢ଼ କରିବା ପାଇଁ ଆମ ଗାଁକୁ ସୁଦୃଢ଼ କରିବା”, କଠିନ ପରିଶ୍ରମ କରି ଆମ ଜିଲ୍ଲା ସମ୍ବଲପୁରକୁ ନମ୍ବର ୧ ରେ ପରିଣତ କରିବା।
ଜିଲ୍ଲାପରିଷଦ ଉପାଧକ୍ଷ ମାଧବ ମିର୍ଧା ଯୋଗଦେଇ ଗଣତନ୍ତ୍ରରେ ଜନସାଧାରଣଙ୍କୁ ଯେଭଳି ବିଭିନ୍ନ ସରକାରୀ ସେବା ସୁବିଧା ମିଳିପାରିବ ତାହା ସରକାରଙ୍କ ବଡ ଦାୟିତ୍ୱ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ଗ୍ରାମାଂଚଳରେ ରାସ୍ତାଘାଟ ଠାରୁ ଆରମ୍ଭ କରି ପକ୍କା ଘର, ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ମାଧ୍ୟମରେ ଏହା ପୂର୍ଣ୍ଣ ହେଉଥିବା କହିଥିଲେ।
ଅତିଥିମାନଙ୍କ ମୁଖ୍ୟ ବକ୍ତବ୍ୟ ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ପୁଷ୍ଟି ପଞ୍ଚାୟତର ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ କୁଚିଣ୍ଡା ବ୍ଲକର କୁଟୁରାଚୁଆଁ ଜି.ପି.ଙ୍କୁ ପୁରସ୍କୃତ କରାଯାଇଥିଲା। ପୋଷଣ ଅଭିଯାନ ଅଧୀନରେ ଅଙ୍ଗନୱାଡି ମାନ୍ୟତା ପ୍ରଦାନ କରାଯାଇଥିଲା। ପ୍ରଥମ ପୁରସ୍କାର ଲୁହାପଙ୍କ ଆଇ.ସି.ଡି.ଏସ୍ କ୍ଷେତ୍ରର ବଡ଼ମାଲ, ରେଢ଼ାଖୋଲ ଆଇ.ସି.ଡି.ଏସ୍ ପ୍ରକଳ୍ପକୁ ପ୍ରଦାନ କରାଯାଇଥିଲା। ସମ୍ବଲପୁର ସହରାଞ୍ଚଳ ଆଇ.ସି.ଡିଏସ୍ ପ୍ରକଳ୍ପର ସାକ୍ଷୀପଡ଼ା -୨ ଏ.ଡବ୍ଲୁ.ସିକୁ ଦ୍ବିତୀୟ ଓ ବାମରା ଆଇ.ସି.ଡି.ଏସ୍ ପ୍ରକଳ୍ପର ବରିହା ଗରପୋଷକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସି.ଇ .ଓ ଓର୍ମାସ ଶ୍ରୀମନ୍ତ ହୋତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ଇଓ ପ୍ରଶାସକ ଟୁନୁ ମେହେର, ଅତିରିକ୍ତ ଇଓ ବୈଷୟିକ ମନ୍ତ୍ରୀ ବିଶ୍ୱବିହାରୀ ପଟ୍ଟନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗୌରୀଶଙ୍କର ସିଂ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ମିଶ୍ର, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପୁଷ୍ପଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles