ବିଜେଡିର ନାଗରିକ କୈନ୍ଦ୍ରିକ ନୂଆ ୱେବସାଇଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍କୁ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟରେ ମହିଳା ସଶସ୍ତୀକରଣ , ଅନ୍ତର୍ଭୁକ୍ତି ବିକାଶ , ଆଦିବାସୀ କଲ୍ୟାଣ , ଯୁବ ଓ କ୍ରୀଡ଼ା , କୃଷି , ଆଇଟି ଏବଂ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ୫ଟି ନେତୃତ୍ବାଧୀନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି । ଲୋକଙ୍କ ସ୍ଵରକୁ ସୁଦୃଢ଼ କରିବା [...]
ଭୁବନେଶ୍ୱର – ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍କୁ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟରେ ମହିଳା ସଶସ୍ତୀକରଣ , ଅନ୍ତର୍ଭୁକ୍ତି ବିକାଶ , ଆଦିବାସୀ କଲ୍ୟାଣ , ଯୁବ ଓ କ୍ରୀଡ଼ା , କୃଷି , ଆଇଟି ଏବଂ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ୫ଟି ନେତୃତ୍ବାଧୀନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି । ଲୋକଙ୍କ ସ୍ଵରକୁ ସୁଦୃଢ଼ କରିବା , ସେମାନଙ୍କୁ ରାଜ୍ୟର ପ୍ରଗତିରେ ଅଂଶୀଦାର କରିବା ଦିଗରେ ଦଳର ପ୍ରତିବଦ୍ଧତାକୁ ମଧ୍ୟ ଏହି ୱେବସାଇଟରେ ଦର୍ଶାଯାଇଛି । ୫-ଟି ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଭାବେ ସମସ୍ତ ଜିଲ୍ଲାର ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବା ଏବଂ ଅଭିଯୋଗର ଶୀଘ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ୱେବସାଇଟ୍ରେ ଏକ ବିଭାଗ ରହିଛି ।

ଏହି ୱେବସାଇଟରେ ଏକ ଆଧୁନିକ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି ଯେଉଁଥିରେ ଡିଜିଟାଲ ଡୋମେନ୍ରେ ସମର୍ଥକ ଏବଂ ନାଗରିକଙ୍କ ସହ ସମାନ ଭାବରେ ଯୋଡ଼ି ହେବା ପାଇଁ ଦଳର ପ୍ରୟାସକୁ ଦର୍ଶାଯାଇଛି । ଜନ କଲ୍ୟାଣ ପାଇଁ ଏକ ଅଲଗା ବିଭାଗ ସମର୍ପିତ , ଯେଉଁଠାରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ଵରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତାଲିକାଭୁକ୍ତ କରିଛି । ଯୋଜନାଗୁଡିକ ହିତାଧିକାରୀ ଭିଭିରେ ତାଲିକାଭୁକ୍ତ ହୋଇଛି ଏବଂ ନାଗରିକମାନଙ୍କୁ କଲ୍ୟାଣକାରୀ ଯୋଜନାଗୁଡିକର ଲାଭ ଉଠାଇବାରେ ଏହା ସାହାଯ୍ୟ କରିବ । ଏହି ୱେବସାଇଟରେ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ଭାବନା ପ୍ରତିଫଳିତ ହେବା ସହ ଏହି ସ୍ଵପ୍ନକୁ ସାକାର କରିବା ପାଇଁ ରାଜ୍ୟବାସୀଙ୍କୁ ‘ ଶଙ୍ଖନାଦ’ରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି । ୱେବସାଇଟ https://www.bjdodisha.org.in/homeରେ ଉପଲବ୍ଧ ହେବ ।
Naveen Launches Revamped BJD Website with Citizen-centric Features on Biju Babu’s Birth Anniversary
Next Articleଚିତା ବାଘ ଛାଲ ଜବତ , ଜଣେ ଗିରଫ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
