ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜି ପ୍ରଥମ କାଶ୍ମୀର ଗସ୍ତ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରଥମ ଥର ପାଇଁ କାଶ୍ମୀର ଯାଉଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଶ୍ରୀନଗରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବାହିନୀ ଜେଲମ୍ ନଦୀରୁ‌ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀନଗରର ଏକ ଷ୍ଟାଡିୟମରେ ‘ବିକଶିତ ଭାରତ, ବିକଶିତ କାଶ୍ମୀର’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ମୋଦୀ ୫୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପରସ ଶିଳାନ୍ୟାସ ଓ ଉଦଘାଟନ [...]

Admin•ମାର୍ଚ୍ଚ 7, 2024
Share Article:

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରଥମ ଥର ପାଇଁ କାଶ୍ମୀର ଯାଉଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଶ୍ରୀନଗରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବାହିନୀ ଜେଲମ୍ ନଦୀରୁ‌ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀନଗରର ଏକ ଷ୍ଟାଡିୟମରେ ‘ବିକଶିତ ଭାରତ, ବିକଶିତ କାଶ୍ମୀର’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ମୋଦୀ ୫୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପରସ ଶିଳାନ୍ୟାସ ଓ ଉଦଘାଟନ କରିବେ।

ଦେଶରେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ମଧ୍ୟ ହେବ ବୋଲି ଆଶା କରାଯାଉଛି।

ଜାମ୍ମୁ କାଶ୍ମୀରରେ ପିଡିପି ଏବଂ ବିଜେପି ମଧ୍ୟରେ ମେଣ୍ଟ ୨୦୧୮ରେ ଭାଙ୍ଗି ଯାଇଥିଲା । ଏହାପରେ ଉଭୟ ଦଳର ମିଳିତ ସରକାରର ମଧ୍ୟ ପତନ ହେଇଥିଲା । ଅଗଷ୍ଟ ୫, ୨୦୧୯ରେ ଜମ୍ମୁ-କାଶ୍ମୀରକୁ ଦୁଇ ଭାଗ କରି ଜମ୍ମୁ-କାଶ୍ମୀର ଓ ଲଦାଖ ରୂପରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଥିଲା ।

ସୁପ୍ରିମକୋର୍ଟ ଗତ ବର୍ଷ ଧାରା ୩୭୦ର ସାମ୍ବିଧାନିକ ବୈଧତା ବଜାୟ ରଖିବା ସହ ସେପ୍ଟେମ୍ବର ୨୦୨୪ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ କହିଥିଲେ ।

#Odia#Odisha#News
Share Article:

Related Articles