ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରଣ ଆଣି ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିଥିବା ପ୍ରଶଂସା ସାଉଁଟିଛନ୍ତି ନବୀନ ସରକାର। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସର ଏବେ ଦେଶର ଅଗ୍ରଣୀ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଛି । ବିଭିନ୍ନ କ୍ରୀଡା ପାଇଁ କ୍ରୀଡାବିତଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଭିତ୍ତିଭୂମି ଥିବା କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆଜି ଯୋଡି ହେବ ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଏବଂ ଆକ୍ୱ।ଟିକ୍ସ ସେଣ୍ଟର ଓ ଇଣ୍ଡୋର ଡାଇଭିଂ ସେଣ୍ଟର । [...]
ଭୁବନେଶ୍ୱର – କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରଣ ଆଣି ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିଥିବା ପ୍ରଶଂସା ସାଉଁଟିଛନ୍ତି ନବୀନ ସରକାର। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସର ଏବେ ଦେଶର ଅଗ୍ରଣୀ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଛି । ବିଭିନ୍ନ କ୍ରୀଡା ପାଇଁ କ୍ରୀଡାବିତଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଭିତ୍ତିଭୂମି ଥିବା କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆଜି ଯୋଡି ହେବ ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଏବଂ ଆକ୍ୱ।ଟିକ୍ସ ସେଣ୍ଟର ଓ ଇଣ୍ଡୋର ଡାଇଭିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।
ନବନିର୍ମିତ ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରରେ ଷ୍ଟାଡିୟମ ସହ ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ ଓ ରହିବା ବ୍ୟବସ୍ଥା ରହିଛି।
Maha Shivratri Celebrated at across Odisha with Religious Fervour
Next Articleନିଯୁକ୍ତି ପର୍ବ: ବିଭିନ୍ନ ବିଭାଗରେ ୧୨୯୪ ଜଣ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
