୧୦୦ତମ ମ୍ୟାଚରେ ଚମକିଲେ ଅଶ୍ବିନ, ଧର୍ମଶାଳା ଟେଷ୍ଟରେ ଇନିଂସ୍ ବିଜୟ ସହ ୪-୧ରେ ସିରିଜ୍ ଜିତିଲା ଭାରତ
ଧର୍ମଶାଳା: ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଓ ୬୪ ରନରେ ହରାଇଛି ଭାରତ । ମାତ୍ର ଅଢେ଼ଇ ଦିନରେ ଇଂଲଣ୍ଡକୁ ଧରାଶାୟୀ କରି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୧ରେ ଜିତିନେଇଛି । ବିରାଟ କୋହଲି, କେଏଲ୍ ରାହୁଲ (ପ୍ରଥମ ଟେଷ୍ଟ ଛାଡ଼ି) ଓ ମହମ୍ମଦ ସାମିଙ୍କ ଭଳି ପ୍ରମୁଖ ଖେଳାଳିଙ୍କ ବିନା ଖେଳିଥିବା ଭାରତ ପ୍ରଥମ ଟେଷ୍ଟରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ଟେଷ୍ଟ [...]
ଧର୍ମଶାଳା: ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଓ ୬୪ ରନରେ ହରାଇଛି ଭାରତ । ମାତ୍ର ଅଢେ଼ଇ ଦିନରେ ଇଂଲଣ୍ଡକୁ ଧରାଶାୟୀ କରି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୧ରେ ଜିତିନେଇଛି । ବିରାଟ କୋହଲି, କେଏଲ୍ ରାହୁଲ (ପ୍ରଥମ ଟେଷ୍ଟ ଛାଡ଼ି) ଓ ମହମ୍ମଦ ସାମିଙ୍କ ଭଳି ପ୍ରମୁଖ ଖେଳାଳିଙ୍କ ବିନା ଖେଳିଥିବା ଭାରତ ପ୍ରଥମ ଟେଷ୍ଟରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ଟେଷ୍ଟ ହାରିବା ସତ୍ତ୍ବେ ରୋହିତଙ୍କ ୟଙ୍ଗ୍ ବ୍ରିଗେଡ୍ ପରବର୍ତ୍ତୀ ୪ଟି ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଦଳର ଲଢ଼ୁଆ ମନୋଭାବ ଓ ପ୍ରତିଭାକୁ ଦର୍ଶାଉଛି।
ଏଚପିସିଏ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା । ହେଲେ ଇଂଲଣ୍ଡ ବ୍ୟାଟର ଭାରତୀୟ ସ୍ପିନରଙ୍କ ଜାଲରେ ଫସି ଯାଇଥିଲେ । ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୧୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଅଧିନାୟକ ରୋହିତ ଓ ଗିଲଙ୍କ ଶତକ ବଳରେ ଭାରତ ୪୭୭ ରନ୍ କରିଥିଲା । ପ୍ରଥମ ଇନିଂସ୍ ଆଧାରରେ ୨୫୯ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା ଟିମ୍ ଇଣ୍ଡିଆ। ଏହାପରେ ଇଂଲଣ୍ଡ ପକ୍ଷେ ପରାଜୟରୁ ବର୍ତ୍ତିବା କଷ୍ଟକର ହୋଇପଡ଼ିଥିଲା । ଦଳ ଦ୍ବିତୀୟ ଇନିଂସରେ କେବଳ ୧୯୫ ରନରେ ସୀମିତ ରହିଯାଇଥିଲା। ଭ୍ରମଣକାରୀ ଦଳ ତୃତୀୟ ଦିନର ଚା’ ପାନ ବିରତି ପୂର୍ବରୁ ହିଁ ଇନିଂସ ଓ ୬୪ ରନରେ ଲଜ୍ଜାଜନକ ପରାଜୟ ସହ ସରେଣ୍ଡର କରିଦେଇଥିଲା । ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୮୪ ରନ୍ କରିଥିଲେ ।
ରବିଚନ୍ଦ୍ରନ ଅଶ୍ୱିନ ଭାରତର ବିଜୟରେ ଅନ୍ୟତମ କର୍ଣ୍ଣଧାର ସାଜିଛନ୍ତି। ନିଜ ୧୦୦ତମ ଟେଷ୍ଟରେ ଏହି ଭେଟେରାନ ସ୍ପିନର ୯ ୱିକେଟ୍ ନେଇ ଏହାକୁ ସ୍ମରଣୀୟ କରିଛନ୍ତିି । ପ୍ରଥମ ଇନିଂସରେ ୪ ଓ୍ବିକେଟ୍ ନେଇଥିବା ଅଶ୍ବିନ ଦ୍ବିତୀୟ ଇନିଂସରେ ୫ ଓ୍ବିକେଟ୍ ହାସଲ ସହ ଭାରତର ବିଜୟ ସହଜ କରିଦେଇଥିଲେ । ଏହାଛଡା କୁଲଦୀପ ଓ ବୁମରା ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜାଡେଜା ଗୋଟିଏ ଓ୍ବିକେଟ୍ ପାଇଥିଲେ । ମ୍ୟାଚରେ ୭ ଓ୍ବିକେଟ୍ ଓ ବ୍ୟାଟିଂରେ ଉପଯୋଗୀ ଅବଦାନ ପାଇଁ କୁଲଦୀପ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସିରିଜରେ ଦୁଇଟି ଦ୍ୱିଶତକ ସହ ୭୧୨ ରନ୍ କରିଥିବା ଯୁବ ଓପନର୍ ଯଶସ୍ବୀ ଜୈସୱାଲ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଛନ୍ତି।
ଗତ ୧୨ ବର୍ଷରେ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ନ ହାରିବା ଧାରା ଜାରି ରଖିଛି । ଇଂଲଣ୍ଡ ବିପକ୍ଷ ଏହି ସଫଳତା ଘରୋଇ ମାଟିରେ ଭାରତର କ୍ରମାଗତ ୧୭ତମ ସିରିଜ୍ ବିଜୟ |
Debrigarh Unveils Greener Way for Island Ecotourism in Hirakud Lake
Next Articleସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଆଗକୁ ସବୁ ସହରରେ ମୋ ବସ୍ ସୁବିଧା ମିଳିବା ନେଇ ଘୋଷଣା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
