ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷକୁ ଫେରିଲା ଭାରତ, ତିନି ଫର୍ମାଟରେ ନମ୍ବର ଓ୍ବାନ୍

ଦୁବାଇ: ଧର୍ମଶାଳାରେ ଇଂଲଣ୍ଡକୁ ଇନିଂସ୍ ଓ ୬୪ ରନରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତିବା ପରେ ଭାରତ ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଅଷ୍ଟ୍ରେଲିଆକୁ ହଟାଇ ଶୀର୍ଷ ସ୍ଥାନକୁ ଫେରିଛି ଭାରତ। ଏଥିସହ ତିନୋଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ଏକ ନମ୍ବର ଦଳ ହୋଇଛି । ଧର୍ମଶାଳା ଟେଷ୍ଟ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲରେ ମଧ୍ୟ ଭାରତ ପ୍ରଥମ ସ୍ଥାନରେ ସ୍ଥିତି [...]

Admin•ମାର୍ଚ୍ଚ 10, 2024
Share Article:

ଦୁବାଇ: ଧର୍ମଶାଳାରେ ଇଂଲଣ୍ଡକୁ ଇନିଂସ୍ ଓ ୬୪ ରନରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତିବା ପରେ ଭାରତ ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି।

ଅଷ୍ଟ୍ରେଲିଆକୁ ହଟାଇ ଶୀର୍ଷ ସ୍ଥାନକୁ ଫେରିଛି ଭାରତ। ଏଥିସହ ତିନୋଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ଏକ ନମ୍ବର ଦଳ ହୋଇଛି । ଧର୍ମଶାଳା ଟେଷ୍ଟ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲରେ ମଧ୍ୟ ଭାରତ ପ୍ରଥମ ସ୍ଥାନରେ ସ୍ଥିତି ସୁଦୃଢ଼ କରିନେଇଛି ।

ଖ୍ରାଏଷ୍ଟଚର୍ଚ୍ଚରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି, ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶୀର୍ଷରେ ରହିବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ୱେଲିଙ୍ଗଟନ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୭୨ ରନରେ ଜିତିବା ପରେ ସିରିଜରେ ୧-୦ରେ ଆଗୁଆ ରହିଛି ।

ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତ ପାଖରେ ୧୨୨ ରେଟିଂ ପଏଣ୍ଟ ରହିଛି, ଯାହା ଅଷ୍ଟ୍ରେଲିଆ ଅପେକ୍ଷା ୫ ଅଧିକ । ଇଂଲଣ୍ଡ ୧୧୧ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଦିନିକିଆ ର଼୍ୟାଙ୍କିଙ୍ଗରେ ବି ଭାରତ ୧୨୧ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ୧୧୮ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ଅନ୍ତର୍ଜାତୀୟ ଟି-୨୦ରେ ଭାରତ ୨୬୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୨୫୬ ପଏଣ୍ଟ ସହ ଏହି ଫର୍ମାଟର ଦ୍ୱିତୀୟ ସ୍ଥାନରେ ଅଛି |

ସେପ୍ଟେମ୍ବର ୨୦୨୩ ରୁ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଭାରତ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଥିଲା | ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଡ୍ର କରିବା ପରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା । ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ କ୍ଲିନ୍ ସୁଇପ୍ କରି ଅଷ୍ଟ୍ରେଲିଆ, ଭାରତକୁ ହଟାଇ ପ୍ରଥମ ସ୍ଥାନ ହାସଲ କରିଥିଲା ।

ଇଂଲଣ୍ଡ ବିପକ୍ଷ ପାଞ୍ଚ ଟିକିଆ ଟେଷ୍ଟ ସିରିଜରେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ୨୮ ରନରେ ହାରିଯାଇଥିଲା । କିନ୍ତୁ ଏହା ପରେ ପରବର୍ତ୍ତୀ ଚାରିଟି ଟେଷ୍ଟ ମ୍ୟାଚ ଜିତି ସିରିଜ୍ କବଜା କରିବା ସହ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଛି ।

#Odia#Odisha#News
Share Article:

Related Articles