ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୧୮ ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ କଲା ଏକକାଳୀନ ନିର୍ବାଚନ କମିଟି

ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଛି। ପ୍ରାୟ ୧୮ ହଜାର ପୃଷ୍ଠାର ଏହି ରିପୋର୍ଟ ସମସ୍ତ ପକ୍ଷ ସହ ବିସ୍ତୃତ ଆଲୋଚନା ପରେ ୧୯୧ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଦେଶରେ ଏକା ସଙ୍ଗେ ଲୋକସଭା ସହିତ ବିଧାନସଭା ନିର୍ବାଚନ ସମ୍ଭବ କରିବା ପାଇଁ ଏହି କମିଟି ସମସ୍ତ ରାଜ୍ୟ ବିଧାନସଭାର [...]

Admin•ମାର୍ଚ୍ଚ 14, 2024
Share Article:

ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଛି। ପ୍ରାୟ ୧୮ ହଜାର ପୃଷ୍ଠାର ଏହି ରିପୋର୍ଟ ସମସ୍ତ ପକ୍ଷ ସହ ବିସ୍ତୃତ ଆଲୋଚନା ପରେ ୧୯୧ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଛି।

ଦେଶରେ ଏକା ସଙ୍ଗେ ଲୋକସଭା ସହିତ ବିଧାନସଭା ନିର୍ବାଚନ ସମ୍ଭବ କରିବା ପାଇଁ ଏହି କମିଟି ସମସ୍ତ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଲୋକସଭା ନିର୍ବାଚନ ଯାଏଁ ସୀମିତ ରଖିବାକୁ ସୁପାରିସ କରିଛି ।

ଏକକାଳୀନ ନିର୍ବାଚନ କେବଳ ସ୍ୱଚ୍ଛତା ଓ ସମାବେଶ ବୃଦ୍ଧି କରିବ ନାହିଁ, ଏହା ଦ୍ବାରା ଭୋଟରଙ୍କୁ ମଧ୍ୟ ସୁବିଧା ହେବ ଏବଂ ମତଦାନ ପ୍ରକ୍ରିୟାରେ ସେମାନଙ୍କ ବିଶ୍ବାସ ବଢ଼ିବ‌ ବୋଲି କମିଟି କହିଛି। ଏହାଛଡ଼ା ଏକକାଳୀନ ନିର୍ବାଚନ ପାଇଁ ଆବଶ୍ୟକ ଉପକରଣ, କର୍ମଚାରୀ ଏବଂ ସୁରକ୍ଷା ବାହିନୀର ପ୍ରାକ୍ ପରିଚାଳନା ଉପରେ କମିଟି ଗୁରୁତ୍ୱାରୋପ କରିଛି।

ରାଷ୍ଟ୍ରପତି ମୁର୍ମୁଙ୍କ ରିପୋର୍ଟ ପ୍ରଦାନ ଅବସରରେ ଏକକାଳୀନ ନିର୍ବାଚନ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ସହ ଏହାର ସଦସ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ, ଜଣାଶୁଣା ସମ୍ବିଧାନ ବିଶେଷଜ୍ଞ ସୁଭାଷ କାଶ୍ୟପ, ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂହ ଏବଂ ପୂର୍ବତନ ସିଭିସି ସଞ୍ଜୟ କୋଠାରୀ ଉପସ୍ଥିତ ଥିଲେ।

‘ଏକ ଦେଶ, ଏକ ନିର୍ବାଚନ’ ଉପରେ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୋଦୀ ସରକାର ଗତ ବର୍ଷ ସେପ୍ଟେମ୍ବର ୨ରେ ଏହି କମିଟି ଗଠନ କରିଥିଲେ ।

#Odia#Odisha#News
Share Article:

Related Articles