ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଗଲେ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର – ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ ଅର୍ନ୍ତଗତ ମହାଳେଇ ରାଜସ୍ୱ ମଣ୍ଡଳର ପୂର୍ବତନ ରାଜସ୍ୱ ନିରୀକ୍ଷକ ସତ୍ୟନାରାୟଣ କୁମୁରାଙ୍କୁ ଏକ ଲାଞ୍ଚ ମାମଲା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଚାରି ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି। ଏଥିସହ ରାଜସ୍ୱ ନିରୀକ୍ଷକଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ତିନିମାସ ଜେଲ୍ [...]

Admin•ମାର୍ଚ୍ଚ 14, 2024
Share Article:

ଭୁବନେଶ୍ୱର – ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ ଅର୍ନ୍ତଗତ ମହାଳେଇ ରାଜସ୍ୱ ମଣ୍ଡଳର ପୂର୍ବତନ ରାଜସ୍ୱ ନିରୀକ୍ଷକ ସତ୍ୟନାରାୟଣ କୁମୁରାଙ୍କୁ ଏକ ଲାଞ୍ଚ ମାମଲା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଚାରି ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି। ଏଥିସହ ରାଜସ୍ୱ ନିରୀକ୍ଷକଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ତିନିମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାରେ ତାଙ୍କୁ ଆଉ ତିନିବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ତିନିମାସ ଜେଲରେ ରହିବାକୁ ପଡ଼ିବ । ଦୁଇଟି ଯାକ ଦଣ୍ଡାଦେଶ ଏକସଙ୍ଗେ କାର୍ଯ୍ୟକାରୀ ହେବ । ସତ୍ୟନାରାୟଣ କୁମୁରା ବର୍ତ୍ତମାନ ଖପ୍ରାଖୋଲ ତହସିଲ ଅର୍ନ୍ତଗତ ତେଲେନପାଲିର ରାଜସ୍ୱ ନିରୀକ୍ଷକ ଅଛନ୍ତି । ୨୦୧୮ରେ ମହାଳେଇ ରାଜସ୍ୱ ନିରୀକ୍ଷକ ଥିବା ବେଳେ ସତ୍ୟନାରାୟଣ ଏକ ଜମି ମାମଲାରେ ଲାଞ୍ଚ ଗ୍ରହଣ କରି ଧରାପଡିଥିଲେ। ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଜମିର ପୂର୍ବ ମାଲିକମାନଙ୍କ ସମ୍ପର୍କରେ ଏକ ଯାଞ୍ଚ ରିପୋର୍ଟ ପ୍ରଦାନ ପାଇଁ ସତ୍ୟନାରାୟଣ ଲାଞ୍ଚ ମାଗିଥିଲେ । ଏହି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ।

ଆଜି ବଲାଙ୍ଗିର ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇବା ପରେ ସତ୍ୟନାରାୟଣଙ୍କୁ ଜେଲ୍ ପଠାଇ ଦିଆଯାଇଛି।

#Odia#Odisha#News
Share Article:

Related Articles