ନିର୍ବାଚନୀ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଗୁରୁବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଅପଲୋଡ୍ କରିଛନ୍ତି। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାର୍ଚ୍ଚ ୧୨ରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେଇଥିଲା । ଏହା ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ନିଜ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ କହିଥିଲେ ସୁପ୍ରିମକୋର୍ଟ। ତେବେ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ କମିଶନ ଏହି ତଥ୍ୟ ସାର୍ବଜନୀନ କରିଛନ୍ତିି। ଏକ [...]
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଗୁରୁବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଅପଲୋଡ୍ କରିଛନ୍ତି। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାର୍ଚ୍ଚ ୧୨ରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେଇଥିଲା । ଏହା ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ନିଜ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ କହିଥିଲେ ସୁପ୍ରିମକୋର୍ଟ। ତେବେ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ କମିଶନ ଏହି ତଥ୍ୟ ସାର୍ବଜନୀନ କରିଛନ୍ତିି।
ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ରଦ୍ଦ କରିଥିଲେ । ଏହି ଯୋଜନା ଅଭିବ୍ୟକ୍ତିର ସ୍ୱାଧୀନତା ଓ ସୂଚନା ଅଧିକାରର ଉଲ୍ଲଙ୍ଘନ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳ ମାନଙ୍କୁ କେତେ ଚାନ୍ଦା ମିଳିଛି ଓ କେଉଁମାନେ ଚାନ୍ଦା ଦେଇଛନ୍ତି ସେନେଇ ସମସ୍ତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ଦାଖଲ କରିବାକୁ ସୁପ୍ରିମକୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏସବିଆଇ ଏହି ପ୍ରକ୍ରିୟା ସମୟ ସାପେକ୍ଷ କହି ଜୁନ ୩୦ ପର୍ଯ୍ୟନ୍ତ ମହଲତ ମାଗିଥିଲା । ମାର୍ଚ୍ଚ ୧୧ରେ ସୁପ୍ରିମକୋର୍ଟ ଏସବିଆଇ ଆବେଦନ ଖାରଜ କରିଥିଲେ ଓ ମାର୍ଚ୍ଚ ୧୨ ସୁଦ୍ଧା ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
DGP Felicitates Odisha Police Rowing Team for Winning 5 Medals in 23rd All India Police Water Sports Championship
Next Articleରାଜ୍ୟ ଶ୍ରମ ସଂସ୍ଥାନରେ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକମାନଙ୍କ ପାଇଁ ତାଲିମ କର୍ମଶାଳା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
