ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଭ୍ଲାଦିମିର୍ ପୁଟିନ୍ ପଞ୍ଚମ ଥର ରୁଷ ରାଷ୍ଟ୍ରପତି ନିର୍ବାଚିତ

ମସ୍କୋ: ରୁଷ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି ଭ୍ଲାଦିମିର ପୁଟିନ । ସେ ଲଗାତାର ପଞ୍ଚମ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନର ତାଙ୍କ ପ୍ରତିଦ୍ବନ୍ଦୀ କିଏ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା | ଏଥିରେ ପୁଟିନ ରେକର୍ଡ ୮୮ ପ୍ରତିଶତ ଭୋଟ୍ ପାଇଥିବା ଦାବି ହୋଇଛି। ପୋଲଷ୍ଟର [...]

Admin•ମାର୍ଚ୍ଚ 18, 2024
Share Article:

ମସ୍କୋ: ରୁଷ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି ଭ୍ଲାଦିମିର ପୁଟିନ । ସେ ଲଗାତାର ପଞ୍ଚମ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନର ତାଙ୍କ ପ୍ରତିଦ୍ବନ୍ଦୀ କିଏ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା | ଏଥିରେ ପୁଟିନ ରେକର୍ଡ ୮୮ ପ୍ରତିଶତ ଭୋଟ୍ ପାଇଥିବା ଦାବି ହୋଇଛି।

ପୋଲଷ୍ଟର ପବ୍ଲିକ୍ ଓପନିଅନ୍ ଫାଉଣ୍ଡେସନ୍ (ଏଫ୍ଓଏଏମ୍) ନାମକ ଏକ ସଂସ୍ଥାର ଏକଜିଟ୍ ପୋଲ୍ ଅନୁଯାୟୀ ପୁଟିନ୍ ୮୭.୮% ଭୋଟ୍ ହାସଲ କରିଛନ୍ତି। ସୋଭିଏତ୍ ପରବର୍ତ୍ତୀ ରୁଷ ଇତିହାସରେ କୌଣସି ରାଷ୍ଟ୍ରପତି ନିର୍ବାଚନରେ ଏହା ସବୁଠୁ ବଡ଼ ବିଜୟ ବ୍ୟବଧାନ ବୋଲି କୁହାଯାଇଛି । ତେବେ ଆମେରିକା, ଫ୍ରାନ୍ସ ଓ‌‌ ବ୍ରିଟେନ ଭଳି କିଛି ରାଷ୍ଟ୍ରର ରୁଷ ରାଷ୍ଟ୍ରପତି ନିର୍ବାଚନର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି।

ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇ ଭ୍ଲାଦିମିର ପୁଟିନ ରୁଷର ୨୦୦ ବର୍ଷ ଇତିହାସରେ ଦୀର୍ଘଦିନ ଧରି ଶାସନ କରିଥିବା ନେତା ହୋଇଛନ୍ତି । ପୁଟିନ ପ୍ରଥମେ ୧୯୯୯ରେ ପୁଟିନ କ୍ଷମତାକୁ ଆସିଥିଲେ। ସେ ୧୯୯୯ ଏବଂ ୨୦୦୮-୨୦୧୨ ଯାଏ ରୁଷର ପ୍ରଧାନମନ୍ତ୍ରୀ ଥିଲେ।

#Odia#Odisha#News
Share Article:

Related Articles