ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଓଡ଼ିଶାରେ ଦେଖାଗଲା କଳା କଲରାପତରିଆ ବାଘୁଣୀ ଓ ଯାଆଁଳା ଶାବକ, ଗୋଟିଏ ଶାବକର ରଙ୍ଗ କଳା

ଭୁବନେଶ୍ୱର – ରାଜ୍ୟରେ ପୁଣି ଦେଖାଯାଇଛି କଳାରଙ୍ଗର କଲରାପତରିଆ ବାଘ। କେନ୍ଦ୍ରୀୟ ଓଡ଼ିଶାର ଜଙ୍ଗଲରେ କଳା କଲରାପତରିଆ ବାଘୁଣୀ ସ‌ହ ଦୁଇ ଯାଆଁଳା ଶାବକଙ୍କୁ ଦେଖିବାକୁ ମିଳିଛି । ବନ ବିଭାଗର କ୍ୟାମେରାରେ କଏଦ ହୋଇଛି କଳା କଲରାପତରିଆ ବାଘୁଣୀ ଓ ତାହାର ଦୁଇ ଯାଆଁଳା ଶାବକଙ୍କ ଦୃଶ୍ୟ।ଯାଆଁଳା ଶାବକଙ୍କ ମଧ୍ୟରୁ ଗୋଟିଏ କଳା କଲରାପତରିଆ ବାଘ ହୋଇଥିବା ବେଳେ ଅନ୍ୟଟି ସାଧାରଣ ରହିଛି। ଏ ନେଇ ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଜରିଆରେ ସୂଚନା [...]

Admin•ମାର୍ଚ୍ଚ 19, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ପୁଣି ଦେଖାଯାଇଛି କଳାରଙ୍ଗର କଲରାପତରିଆ ବାଘ। କେନ୍ଦ୍ରୀୟ ଓଡ଼ିଶାର ଜଙ୍ଗଲରେ କଳା କଲରାପତରିଆ ବାଘୁଣୀ ସ‌ହ ଦୁଇ ଯାଆଁଳା ଶାବକଙ୍କୁ ଦେଖିବାକୁ ମିଳିଛି । ବନ ବିଭାଗର କ୍ୟାମେରାରେ କଏଦ ହୋଇଛି କଳା କଲରାପତରିଆ ବାଘୁଣୀ ଓ ତାହାର ଦୁଇ ଯାଆଁଳା ଶାବକଙ୍କ ଦୃଶ୍ୟ।ଯାଆଁଳା ଶାବକଙ୍କ ମଧ୍ୟରୁ ଗୋଟିଏ କଳା କଲରାପତରିଆ ବାଘ ହୋଇଥିବା ବେଳେ ଅନ୍ୟଟି ସାଧାରଣ ରହିଛି। ଏ ନେଇ ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ଓଡ଼ିଶାର ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲରେ ଏହି କଳା ରଙ୍ଗର ବାଘ ରହିଥିବା ଜଣାପଡ଼ିଛି। ପୂର୍ବରୁ ୮ଟି ରାଜ୍ୟ ଯଥା କର୍ନାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ରେ ବିରଳ କଳାବାଘ ଦେଖିବାକୁ ମିଳିଥିଲା। ଏହା ପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା। ବାଘର ରଙ୍ଗ କଳା ହେଲେ ପରିବେଶ ସହ ଖାପ ଖୁଆଇ ଚଳିବା ତା’ ପାଇଁ କଷ୍ଟକର ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

#Odia#Odisha#News
Share Article:

Related Articles