ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେଜ୍ରିୱାଲଙ୍କୁ ୬ ଦିନ ଇଡି ରିମାଣ୍ଡ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି। ଅର୍ଥାତ୍ ଅରବିନ୍ଦ କେଜ୍ରିୱାଲଙ୍କ ହୋଲି ଏବେ ଇଡି ହାଜତରେ କଟିବ। ଇଡି ୧୦ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା । କିନ୍ତୁ କୋର୍ଟ ୬ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ । କେନ୍ଦ୍ରୀୟ ଏଜେନ୍ସି କେଜ୍ରିୱାଲଙ୍କୁ ପୁଣି ମାର୍ଚ୍ଚ ୨୮ ଅପରାହ୍ନ ୨ଟାରେ କୋର୍ଟରେ ହାଜର କରିବ। ଇଡି କେଜ୍ରିୱାଲଙ୍କୁ ଶୁକ୍ରବାର [...]

Admin•ମାର୍ଚ୍ଚ 22, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି। ଅର୍ଥାତ୍ ଅରବିନ୍ଦ କେଜ୍ରିୱାଲଙ୍କ ହୋଲି ଏବେ ଇଡି ହାଜତରେ କଟିବ। ଇଡି ୧୦ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା । କିନ୍ତୁ କୋର୍ଟ ୬ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ । କେନ୍ଦ୍ରୀୟ ଏଜେନ୍ସି କେଜ୍ରିୱାଲଙ୍କୁ ପୁଣି ମାର୍ଚ୍ଚ ୨୮ ଅପରାହ୍ନ ୨ଟାରେ କୋର୍ଟରେ ହାଜର କରିବ।

ଇଡି କେଜ୍ରିୱାଲଙ୍କୁ ଶୁକ୍ରବାର କୋର୍ଟରେ ହାଜର କରିଥିଲା । ଆପ୍ ମୁଖ୍ୟଙ୍କ ବିରୋଧରେ ତଥ୍ୟ ଉପସ୍ଥାପନ କରି ଇଡି ଦାବି କରିଥିଲା ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାର‌ ଫାଇଦା ଉଠାଇ କେଜ୍ରିୱାଲ ମନି ଲଣ୍ଡରିଂ କରିବାରେ ଆପକୁ ସାହାଯ୍ୟ କରିଥିଲେ ।

ଅରବିନ୍ଦ କେଜ୍ରିୱାଲ ଜାଣିଶୁଣି ୯ ସମନକୁ ଏଡ଼ାଇଥିଲେ। କେଜ୍ରିୱାଲ ହିଁ ମଦ ନୀତି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । କିଛି ଲୋକଙ୍କୁ ଉପକୃତ କରିବା ପାଇଁ ମଦ ନୀତି ପ୍ରସ୍ତୁତ କରିବାକୁ କେଜ୍ରିୱାଲ ବହୁ କୋଟି ଲାଞ୍ଚ ନେଇଛନ୍ତି ବୋଲି ଇଡି କୋର୍ଟଙ୍କୁ କହିଥିଲା ।

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟିର କିଛି ପୂର୍ବତନ ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି। କେଜ୍ରିୱାଲଙ୍କ ସହ ମତଭେଦ କାରଣରୁ ଦଳ ଛାଡିଥିବା ଏହି ନେତାମାନେ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ପଦାସୀନ ମୁଖ୍ୟମନ୍ତ୍ରୀଙ୍କୁ ‘ବିନା ପ୍ରମାଣରେ’ ଗିରଫ କରିବା ଗଣତନ୍ତ୍ରର ହତ୍ୟା ସହ ସମାନ। ତେବେ ଆପର ଆଉ ଜଣେ ପୂର୍ବତନ ସଦସ୍ୟ ତଥା ସମ୍ପ୍ରତି ଦିଲ୍ଲୀ ବିଜେପିର ଉପାଧ୍ୟକ୍ଷ କପିଲ ମିଶ୍ର କେଜ୍ରିୱାଲଙ୍କ ଗିରଫକୁ ଜାତୀୟ ରାଜଧାନୀବାସୀଙ୍କ ପାଇଁ ଏକ ଖୁସିର ଦିନ ବୋଲି ବର୍ଣ୍ଣନା କରିଛନ୍ତି।

#Odia#Odisha#News
Share Article:

Related Articles