ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟରେ ପୁଣି ଉପରମୁହାଁ ପାରଦ, ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ

ଭୁବନେଶ୍ବର – ଚଳିତ ସପ୍ତାହର ପ୍ରଥମ ଦୁଇ ତିନି ଦିନ ବର୍ଷା ଓ କୋହଲା ପାଗ ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଗୁରୁବାରଠାରୁ ସ୍ଥିତିରେ ପରିବର୍ତ୍ତନ ହୋଇଛି। ପାଗ ଖରାଟିଆ ରହିବା ସହ ପାରଦ ପୁଣି ଉପରମୁହାଁ ହୋଇଛି। ଗତକାଲି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଆଜି ଓ [...]

Admin•ମାର୍ଚ୍ଚ 23, 2024
Share Article:

ଭୁବନେଶ୍ବର – ଚଳିତ ସପ୍ତାହର ପ୍ରଥମ ଦୁଇ ତିନି ଦିନ ବର୍ଷା ଓ କୋହଲା ପାଗ ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଗୁରୁବାରଠାରୁ ସ୍ଥିତିରେ ପରିବର୍ତ୍ତନ ହୋଇଛି। ପାଗ ଖରାଟିଆ ରହିବା ସହ ପାରଦ ପୁଣି ଉପରମୁହାଁ ହୋଇଛି। ଗତକାଲି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

ଆଜି ଓ ଆସନ୍ତାକାଲି ମଧ୍ୟ ଦିନ ତାପମାତ୍ରା ଉପରମୁହାଁ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୨୫ ତାରିଖରେ ଉତ୍ତର ଓ ଉପକୂଳ ଓଡିଶାରେ କୋହଲା ପାଗ ରହିବ। ୨୬ ତାରିଖଠାରୁ ପୁଣି ତାତି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

#Odia#Odisha#News
Share Article:

Related Articles