ହୀରାକୁଦରେ ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ କରିବେ ଦୁଇ ଡାକ୍ତରୀ ଟିମ୍
ସମ୍ବଲପୁର – ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ୨ଟି ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ହସ୍ପିଟାଲ ଓ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ ଡାକ୍ତରୀ ଟିମ୍ । ଗତକାଲି କାଲି ଭୀମ୍ସାରର ଏକ ଟିମ୍ ମଧ୍ୟ ହସ୍ପିଟାଲ ଓ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲା । ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୧୫୩ ଜଣ ଆକ୍ରାନ୍ତ ହୋଇଛନ୍ତି। ହୀରାକୁଦ ସହରରେ ଗତ ୨୧ ତାରିଖରୁ ଝାଡାବାନ୍ତି ବ୍ୟାପୁଛି । ଉତ୍ତରାଞ୍ଚଳ ଆରଡିସି [...]
ସମ୍ବଲପୁର – ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ୨ଟି ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ହସ୍ପିଟାଲ ଓ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ ଡାକ୍ତରୀ ଟିମ୍ । ଗତକାଲି କାଲି ଭୀମ୍ସାରର ଏକ ଟିମ୍ ମଧ୍ୟ ହସ୍ପିଟାଲ ଓ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲା । ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୧୫୩ ଜଣ ଆକ୍ରାନ୍ତ ହୋଇଛନ୍ତି। ହୀରାକୁଦ ସହରରେ ଗତ ୨୧ ତାରିଖରୁ ଝାଡାବାନ୍ତି ବ୍ୟାପୁଛି । ଉତ୍ତରାଞ୍ଚଳ ଆରଡିସି ଶ୍ରୀକାନ୍ତ ପୃଷ୍ଟି ,ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସମ୍ବଲପୁର ସିଡିଏମପିଏଚଓ ଓ ଏଡିଏମଓ ଗତକାଲି ହୀରାକୁଦ ହସ୍ପିଟାଲ ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆରଡିସି ଓ ଜିଲ୍ଲାପାଳ ହୀରାକୁଦ ହସ୍ପିଟାଲ ଯାଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା ସେବାର ତଦାରଖ କରିଛନ୍ତି । କିଛି ଦିନ ତଳେ ବର୍ଷା ହୋଇଥିବା କାରଣରୁ ପାଣି ପାଇପ ଫାଟି ପାନୀୟ ଜଳ ଦୂଷିତ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । କୌଣସି ଗମ୍ଭୀର ସ୍ଥିତି ନାହିଁ, ଅଧିକାଂଶ ଲୋକ ଚିକିତ୍ସିତ ହୋଇ ଘରକୁ ଫେରି ସାରିଛନ୍ତି ବୋଲି ଆରଡିସି କହିଛନ୍ତି । ରୋଗୀଙ୍କ ସଂଖ୍ୟା ଆଜି କମିଛି ଓ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।
ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ଯେ, ହୀରାକୁଦ ହସ୍ପିଟାଲରେ ରୋଗୀଙ୍କ ପାଇଁ ଗୋଟିଏ ପାଇଖାନା ଥିବାବେଳେ ଆଉ ଗୋଟିଏ ପାଇଖାନାର ତୁରନ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଡାକ୍ତର, ରାପିଡ୍ ରେସ୍ପନସ ଟିମ ଅଛନ୍ତି । ବୁର୍ଲା ଭୀମସାରରୁ ଆଉ ଗୋଟିଏ ଡାକ୍ତର ଟିମ ଅଣାଯାଉଛି । ପାନୀୟ ଜଳ ବିଶୋଧନ କରିବାରେ ଅବହେଳା ଥିବା ନେଇ ରିପୋର୍ଟରେ ଜଣାପଡିଲେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଆଜି ଓଳକଣା ମେଳଣ ଓ ହରିହର ଭେଟ
Next Articleକଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ତାଲିକାରେ ୪୬ ପ୍ରାର୍ଥୀଙ୍କ ନାମ, ବାରାଣସୀରୁ ପୁଣି ମୋଦୀଙ୍କ ବିରୋଧରେ ଲଢ଼ିବେ ଅଜୟ ରାୟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
