ବିଜେପିର ପଞ୍ଚମ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଲେ କଙ୍ଗନା, ଅରୁଣ ଗୋଭିଲ; ବରୁଣ ଗାନ୍ଧୀଙ୍କ ଟିକେଟ୍ କଟିଲା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ରବିବାର ୧୧୧ ଜଣିଆ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂହଙ୍କ ସ୍ଥାନରେ ଗାଜିଆବାଦରୁ ସ୍ଥାନୀୟ ବିଧାୟକ ଅତୁଲ ଗର୍ଗଙ୍କୁ ଟିକେଟ୍ ଦେଇଥିବାବେଳେ ବିହାରର ବକ୍ସରରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଟିକେଟ୍ କାଟିଛି ଏବଂ ତାଙ୍କ ସ୍ଥାନରେ ମିଥିଲେଶ ତିୱାରୀଙ୍କୁ ପ୍ରାର୍ଥୀ କରିଛି । ପିଲିଭିତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ଟିକେଟ୍ ମଧ୍ୟ କାଟିଛି ଦଳ । ବରୁଣଙ୍କ ସ୍ଥାନରେ [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ରବିବାର ୧୧୧ ଜଣିଆ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂହଙ୍କ ସ୍ଥାନରେ ଗାଜିଆବାଦରୁ ସ୍ଥାନୀୟ ବିଧାୟକ ଅତୁଲ ଗର୍ଗଙ୍କୁ ଟିକେଟ୍ ଦେଇଥିବାବେଳେ ବିହାରର ବକ୍ସରରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଟିକେଟ୍ କାଟିଛି ଏବଂ ତାଙ୍କ ସ୍ଥାନରେ ମିଥିଲେଶ ତିୱାରୀଙ୍କୁ ପ୍ରାର୍ଥୀ କରିଛି ।
ପିଲିଭିତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ଟିକେଟ୍ ମଧ୍ୟ କାଟିଛି ଦଳ । ବରୁଣଙ୍କ ସ୍ଥାନରେ ଏହି ଆସନରୁ ରାଜ୍ୟସଭା ସାଂସଦ ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତାଙ୍କ ମାଆ ମେନକା ଗାନ୍ଧୀଙ୍କୁ ପୁଣି ସୁଲତାନପୁରରୁ ରିପିଟ୍ କରାଯାଇଛି। ବିଜେପି ଓଡ଼ିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ।
ବିଜେପିର ପଞ୍ଚମ ତାଲିକାରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ନାମ ମଧ୍ୟ ରହିଛି। ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିରୁ ଟିକେଟ୍ ଦିଆଯାଇଛି। ସେହିପରି ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତର ପ୍ରଦେଶର ମିରଟରୁ ପ୍ରାର୍ଥୀ କରାଯାଇଛି। ବିଜେପିରେ ଯୋଗଦେବା କ୍ଷଣି ପୂର୍ବତନ କଂଗ୍ରେସ ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ରରୁ ପ୍ରାର୍ଥୀ କରିଛି ବିଜେପି ।
କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପୁଣି ଥରେ ବିହାରରୁ ବେଗୁସରାଇରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିହାରର ଅନ୍ୟ ଜଣେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଜିଆରପୁରରୁ, ଆରାରୁ ଆର.କେ ସିଂହ, ପାଟଳିପୁତ୍ରରୁ ରାମକୃପାଳ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପୁଣି ଥରେ ପାଟନା ସାହିବ ଏବଂ ସୁଶୀଲ କୁମାର ସିଂଙ୍କୁ ଔରଙ୍ଗାବାଦରୁ ଟିକେଟ୍ ଦିଆଯାଇଛି। ରାଜ୍ୟସଭା ସଦସ୍ୟ ବିବେକ ଠାକୁରଙ୍କୁ ନବାଦାରୁ ପ୍ରାର୍ଥୀ କରାଯାଇଛି।
ପୂର୍ବ ଚମ୍ପାରନରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଧା ମୋହନ ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସଞ୍ଜୟ ଜୈସୱାଲ ପୁଣି ଥରେ ପଶ୍ଚିମ ଚମ୍ପାରନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ବିଜେପି ସୀତା ସୋରେନଙ୍କୁ ଝାଡ଼ଖଣ୍ଡର ଡୁମକା ଠାରୁ ପ୍ରାର୍ଥୀ କରିଛି। ସୀତା ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବୋହୂ ଏବଂ ନିକଟରେ ସେ ବିଜେପିରେ ଯୋଗ ଦେଇଥିଲେ।
ୱାୟାନଡ ଆସନରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ କେରଳ ବିଜେପିର ପୂର୍ବତନ ସଭାପତି କେ ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେପି ଏପର୍ଯ୍ୟନ୍ତ ୨୯୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।
ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା : ସମ୍ବଲପୁର ଆସନରୁ ଲଢ଼ିବେ ଧର୍ମେନ୍ଦ୍ର
Next Articleଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
