ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା
ବ୍ରହ୍ମପୁର: ଲୋକକଳାର ଭୂମି ଗଞ୍ଜାମ ଜିଲ୍ଲା ଯେଉଁଠି କୋଣ ଅନୁକୋଣରେ ବିବିଧ ଲୋକନୃତ୍ୟ ଓ ସଙ୍ଗୀତର ସମାହାର ଦେଖିବାକୁ ମିଳେ। ଏଠିକାର ଲୋକ ସଂସ୍କୃତିର ପରମ୍ପରା ବେଶ୍ ପ୍ରାଚୀନ, ବିବିଧତା ସମ୍ପନ୍ନ, ଐତିହ୍ୟପୂର୍ଣ୍ଣ। ସେଥିରୁ ଅନ୍ୟତମ ଲୋକପ୍ରିୟ ଲୋକକଳା ହେଉଛି ଦଣ୍ଡ ଯାତ୍ରା। ଏହାର ଅବଧି ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ ଆଦି ରହିଥାଏ। ଆଜିଠାରୁ ୨୧ ଦିନିଆ ଦଣ୍ଡ ଯାତ୍ରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ବ୍ରହ୍ମପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, [...]
ବ୍ରହ୍ମପୁର: ଲୋକକଳାର ଭୂମି ଗଞ୍ଜାମ ଜିଲ୍ଲା ଯେଉଁଠି କୋଣ ଅନୁକୋଣରେ ବିବିଧ ଲୋକନୃତ୍ୟ ଓ ସଙ୍ଗୀତର ସମାହାର ଦେଖିବାକୁ ମିଳେ। ଏଠିକାର ଲୋକ ସଂସ୍କୃତିର ପରମ୍ପରା ବେଶ୍ ପ୍ରାଚୀନ, ବିବିଧତା ସମ୍ପନ୍ନ, ଐତିହ୍ୟପୂର୍ଣ୍ଣ। ସେଥିରୁ ଅନ୍ୟତମ ଲୋକପ୍ରିୟ ଲୋକକଳା ହେଉଛି ଦଣ୍ଡ ଯାତ୍ରା। ଏହାର ଅବଧି ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ ଆଦି ରହିଥାଏ।
ଆଜିଠାରୁ ୨୧ ଦିନିଆ ଦଣ୍ଡ ଯାତ୍ରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ବ୍ରହ୍ମପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଭଞ୍ଜନଗର ଆଦି ଅଞ୍ଚଳରେ ଦଣ୍ଡ ନାଚ ଦଳ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ଖଲ୍ଲିକୋଟ ବ୍ଲକରେ ଲଙ୍ଗଳେଶ୍ୱର ପୁଞ୍ଜା, ପଥରା ପୁଞ୍ଜା ଚଳିତ ବର୍ଷର ପରିକ୍ରମା ଆରମ୍ଭ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଦିନ ଦୋଳ ପୂର୍ଣ୍ଣିମା ଆଗରୁ ଦୋଳ ଠାକୁର ଓ ଦାଣ୍ଡ କାଳୀଙ୍କ ଭେଟଘାଟ ହୋଇଛି।

ପ୍ରତି ବର୍ଷ ଚୈତ୍ର ମାସରେ ଆରମ୍ଭ ହେଉଥିବା ବେଳେ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଶେଷ ହୋଇଥାଏ ଦଣ୍ଡ ନାଚ। ମାନସିକଧାରୀମାନେ ମୀନ ସଂକ୍ରାନ୍ତି ଠାରୁ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ବ୍ରତ ପାଳିଥାନ୍ତି। ଭକ୍ତମାନେ ମାନସିକ ରଖି ଦଣ୍ଡକାଳୀ ଠାକୁରଙ୍କୁ ଧରି ଗାଁକୁ ଗାଁ ବୁଲିଥାନ୍ତି। ଦଣ୍ଡ ଯାତ୍ରାରେ ଗୋଟିଏ ସ୍ଥାନରେ ଗୋଟିଏ ଦିନ-ରାତି ରହିଥାନ୍ତି । ସେହି ଦିନ ଉକ୍ତ ମାନସିକ ରଖିଥିବା ଭକ୍ତଙ୍କ ଘର ଆଗରେ ସେହି ଦିନ ଠାକୁର ବିଜେ ହୋଇଥାନ୍ତି। ଭୁକ୍ତା ବା ଦଣ୍ଡୁଆମାନେ ଧୂଳି ଦଣ୍ଡ ,ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି। ମଧ୍ୟରାତ୍ରରେ ଠାକୁରଙ୍କ ପୂଜା ଓ ଭୋଗଲାଗି ପରେ ପ୍ରଥମେ ଭୁକ୍ତା ଓ ପରେ ମାନସିକଧାରୀ ଏବଂ ଅନ୍ୟ ଶ୍ରଦ୍ଧାଳୁମାନେ ଗୋଟାଏ ଥର ଭୋଜନ କରିଥାନ୍ତି। ତାହା ପୁଣି ନିଃଶବ୍ଦ ଓ ଅପେକ୍ଷାକୃତ ନିରୋଳା ଜାଗାରେ ପ୍ରସାଦ ଗ୍ରହଣ କରିଥାନ୍ତି। ପ୍ରସାଦ (ପରିବା) ବିନା କଟା ଓ ବିନା ବଟାରେ ପ୍ରସ୍ତୁତ ହୋଇଥାଏ। ଦିନବେଳା ଫଳ ଓ ନବାତ ପଣା ସେବନ କରିଥାନ୍ତି।
ଯେଉଁମାନେ ମାନସିକ ରଖି ଠାକୁରଙ୍କ ପାଖକୁ ଯାଆନ୍ତି ତାଙ୍କ ସହ ତାଙ୍କ ପରିବାର ମଧ୍ୟ ନୀତି ନିୟମ ପାଳିଥାନ୍ତି। ଗଞ୍ଜାମର ଏହି ପ୍ରସିଦ୍ଧ ପାରମ୍ପରିକ ଦଣ୍ଡ ନାଚ ଜିଲ୍ଲାର ଗାଁଗହଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ପ୍ରତିବର୍ଷ ଏହି ଯାତ୍ରା ଗଞ୍ଜାମ ଜିଲ୍ଲାକୁ ଗ୍ରୀଷ୍ମ ଋତୁ ଆରମ୍ଭରେ ଚଳଚଞ୍ଚଳ କରିଥାଏ। ଏପରିକି ଏଥିରେ ସାମିଲ ହେବାକୁ ଗାଁ, ଜିଲ୍ଲା, ରାଜ୍ୟ ଏପରିକି ଦେଶ ବାହାରେ ରହୁଥିବା ଭକ୍ତମାନେ ମଧ୍ୟ ଘରକୁ ଫେରିଥାନ୍ତି।
Thousands of Pilgrims Throng To Puri to Witness Raja Rajeswar Besha of Trinity On the Occasion of Dola Purnima
Next Articleଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ, ୧୩ ପୂଜାରୀ ଆହତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
