ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପ୍ରଥମ ପାଳିରେ ଭକ୍ତଙ୍କ ଭିଡ଼

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ଏଥର ଯାତ୍ରାରେ କିଛିଟା ଭିନ୍ନତା ପରିଲକ୍ଷିତ ହୋଇଛି। ପ୍ରଥମତଃ ଆଜି ହୋଲି ପର୍ବ ପାଳନ କରାଯାଉଛି। ଏଥିସହ ଏଥର ଚୈତ୍ର ମଙ୍ଗଳବାର ଯାତ୍ରା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପାଳିରେ ଅପେକ୍ଷାକୃତ ଭକ୍ତଙ୍କ ସମାଗମ କମ୍ ଦେଖିବାକୁ ମିଳୁଛି। ତଥାପି ଶ୍ରଦ୍ଧାଳୁଙ୍କ ଆଗମନରେ ତାରାତାରିଣୀ ପୀଠ କାଲି [...]

Admin•ମାର୍ଚ୍ଚ 26, 2024
Share Article:
ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପ୍ରଥମ ପାଳିରେ ଭକ୍ତଙ୍କ ଭିଡ଼

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ଏଥର ଯାତ୍ରାରେ କିଛିଟା ଭିନ୍ନତା ପରିଲକ୍ଷିତ ହୋଇଛି। ପ୍ରଥମତଃ ଆଜି ହୋଲି ପର୍ବ ପାଳନ କରାଯାଉଛି। ଏଥିସହ ଏଥର ଚୈତ୍ର ମଙ୍ଗଳବାର ଯାତ୍ରା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପାଳିରେ ଅପେକ୍ଷାକୃତ ଭକ୍ତଙ୍କ ସମାଗମ କମ୍ ଦେଖିବାକୁ ମିଳୁଛି। ତଥାପି ଶ୍ରଦ୍ଧାଳୁଙ୍କ ଆଗମନରେ ତାରାତାରିଣୀ ପୀଠ କାଲି ମଧ୍ୟରାତ୍ରରୁ ଚଳଚଞ୍ଚଳ ହୋଇ ଉଠିଛି।

ମୁଖ୍ୟତଃ ମାନସିକଧାରୀମାନେ ନିଜ ନିଜ ଛୁଆଙ୍କ ମୁଣ୍ଡନ କରାଇବାକୁ ସପରିବାର, ବନ୍ଧୁବାନ୍ଧବଙ୍କ ସହ ଛୁଟି ଆସୁଛନ୍ତି। ପାହାଡ଼ ପାଦଦେଶରେ ୬ଟି ସ୍ଥାନରେ ମୁଣ୍ଡନ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁମାନେ ଟିକେଟ କାଟି ଧାଡ଼ି ବାନ୍ଧି ମୁଣ୍ଡନ କରାଇବା ସହ ତଳ ଭାଗରୁ ପ୍ରଶାସନ ଦ୍ବାରା ହୋଇଥିବା ବସରେ ମନ୍ଦିର ନିକଟକୁ ଯାଇ ଦେବୀ ଦର୍ଶନ ସହ ପୂଜାର୍ଚ୍ଚନା କରି ଆସୁଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ସମସ୍ତ ପ୍ରସ୍ତୁତି କରିଛି। ଏଥିସହ ଦମକଳ ବାହିନୀ, ସ୍ବାସ୍ଥ୍ୟ ବିଭାଗ ମଧ୍ୟ ତତ୍ପର ରହିଛନ୍ତି। ଗ୍ରୀଷ୍ମପ୍ରବାହ ଓ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରତିକାର ପଦକ୍ଷେପ ଗ୍ରହଣ କରାଯାଇଛି। ଚୈତ୍ର ପର୍ବ ସମୟରେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାକୁ ଥିବା ହଜାର ହଜାର ଭକ୍ତ ଯେପରି ଶାନ୍ତିଶୃଙ୍ଖଳାର ସହିତ ସୁବିଧାରେ ଦେବୀଙ୍କ ଦର୍ଶନ ଓ ପୂଜା ସହ ଛୋଟ ଛୁଆଙ୍କ ମୁଣ୍ଡନ କରିପାରିବେ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁ ବ୍ୟବସ୍ଥା କରିଛି। ଶ୍ରଦ୍ଧାଳୁମାନଙ୍କ ଯାତାୟତ, ପାନୀୟ ଜଳ ଯୋଗାଣ, ମୁଣ୍ଡନ ସକାଶେ ସ୍ଥାନ, ସୋମବାର ରାତିରୁ ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା କରାଯାଇଛି।

ରାତି ଓ ଭୋରରେ ପାହାଡ଼ ଶିଖରରୁ ମନ୍ଦିରର ଆଲୋକ ଓ ସାଜସଜ୍ଜା ବେଶ୍ ଦୂରରୁ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ବ୍ୟବସ୍ଥା ନେଇ ପୋଲିସ ବେଶ୍ ସତର୍କ ରହିଛି। ଚଳିତ ବର୍ଷ ତିନି ଗୋଟି ସ୍ଥାନରେ ଯାନବାହନ ରଖିବା ସକାଶେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ପରିସ୍ରାଗାର, ପାଣି ଟ୍ୟାଙ୍କର୍ ବ୍ୟବସ୍ଥା କରିଛି ପ୍ରଶାସନ। ଜନଗହଳିକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ଯାତାୟତ ନିମନ୍ତେ ଚଳିତ ବର୍ଷ ପ୍ରାୟ ୨୫ ଗୋଟି ବସ୍ ଭକ୍ତଙ୍କୁ ତଳ ପାର୍ଶ୍ବରୁ ମନ୍ଦିର ପାଖକୁ ନେବା ଆଣିବା କରୁଛି। ମନ୍ଦିର କଡ଼ରେ ବ୍ୟାରିକେଡ୍ କରାଯାଇଛି। ନୂତନ ବ୍ରିଜ ନିର୍ମାଣ ହେତୁ ଏଥର ଯାତାୟାତ ପୂର୍ବାପେକ୍ଷା ଅଧିକ ସହଜକର ହୋଇଛି। ପ୍ରବଳ ଗରମ ହେତୁ ଅଂଶୁଘାତ ଚିକିତ୍ସା ସକାଶେ ନିକଟସ୍ଥ ଚିକିତ୍ସାଳୟରେ ବ୍ୟବସ୍ଥା କରାଯାଇଛି।

#Odia#Odisha#News
Share Article:

Related Articles