ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସମାଲୋଚକଙ୍କୁ କୋହଲିଙ୍କ ଜବାବ, କହିଲେ ଖାଲି ମୋ’ ନାଁ ବ୍ୟବହାର କରନି, ମୋ ଠାରେ ଆହୁରି ଅନେକ ଟି-୨୦ କ୍ରିକେଟ୍ ବି ବାକି ଅଛି

ବେଙ୍ଗାଲୁରୁ: ଚଳିତ ବର୍ଷ ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଦଳରେ ତାଙ୍କ ସ୍ଥାନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବିରାଟ କୋହଲି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଜିତାଇବା ପରେ କୋହଲି କହିଛନ୍ତିି, ସେ ଏବେ ବି ଏହି ଫର୍ମାଟରେ ଖେଳିବାକୁ ସକ୍ଷମ। ପୁଅର ଜନ୍ମ ଯୋଗୁଁ କୋହଲି ଦୁଇ ମାସ କ୍ରିକେଟ୍ ବାହାରେ ଥିଲେ। ସୋମବାର ଆଇପିଏଲ [...]

Admin•ମାର୍ଚ୍ଚ 26, 2024
Share Article:

ବେଙ୍ଗାଲୁରୁ: ଚଳିତ ବର୍ଷ ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଦଳରେ ତାଙ୍କ ସ୍ଥାନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବିରାଟ କୋହଲି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଜିତାଇବା ପରେ କୋହଲି କହିଛନ୍ତିି, ସେ ଏବେ ବି ଏହି ଫର୍ମାଟରେ ଖେଳିବାକୁ ସକ୍ଷମ।

ପୁଅର ଜନ୍ମ ଯୋଗୁଁ କୋହଲି ଦୁଇ ମାସ କ୍ରିକେଟ୍ ବାହାରେ ଥିଲେ। ସୋମବାର ଆଇପିଏଲ ମ୍ୟାଚରେ ସେ ୪୮ ବଲରେ ୭୭ ରନର ପାଳି ସହ ଆରସିବିକୁ ଚଳିତ ସିଜନର ପ୍ରଥମ ବିଜୟ ଦେଇଥିଲେ । କୋହଲିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା ।

ମ୍ୟାଚ୍ ପରେ ୩୫ ବର୍ଷୀୟ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ କହିଛନ୍ତିି, “ମୁଁ ଜାଣେ ଯେତେବେଳେ ଟି-୨୦ କ୍ରିକେଟ୍ କଥା ଉଠେ, ବିଶ୍ବର ଅନେକ ସ୍ଥାନରେ ଏହି ଖେଳକୁ ପ୍ରମୋଟ୍ କରିବା ପାଇଁ ହିଁ ମୋର ନାଁ ବ୍ୟବହାର କରାଯାଉଛି । କିନ୍ତୁ ମୁଁ ଏବେ ବି ଏହି ଫର୍ମାଟରେ ଖେଳିବାକୁ ଯୋଗ୍ୟ ।”

ଭାରତର ଏହି ପୂର୍ବତନ ଅଧିନାୟକଙ୍କୁ ଏବେ ଆଉ କିଛି ପ୍ରମାଣ କରିବାକୁ ବାକି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଟି-୨୦ ଫର୍ମାଟରେ ତାଙ୍କ ଖେଳରେ କ୍ରମାଗତ ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି କୋହଲି କହିଛନ୍ତିି ।

ଦ୍ୱିତୀୟ ସନ୍ତାନ ଜନ୍ମ ପାଇଁ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିନଥିଲେ । ସେ ସମୟରେ କୋହଲି ନିଜ ପରିବାର ସହିତ ଭଲ ସମୟ ବିତାଇଥିଲେ |

ସେ କହିଛନ୍ତି, “ଆମେ ଦେଶରେ ନଥିଲୁ। ଆମେ ଏପରି ଏକ ସ୍ଥାନରେ ଥିଲୁ ଯେଉଁଠି ଲୋକମାନେ ଆମକୁ ଚିହ୍ନି ନଥିଲେ | ମୁଁ ଦୁଇ ମାସ ପାଇଁ ସାଧାରଣ ଲୋକ ପରି ମୋ ପରିବାର ସହିତ ସମୟ ବିତାଇଲି | ଏକ ପରିବାର ଭାବେ ଏହା ଆମ ପାଇଁ ଏକ ବଡ଼ ଅନୁଭୂତି ଥିଲା | ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ ଯେ ମୋ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଲି ।

କୋହଲି କହିଛନ୍ତି, “ସାଧାରଣ ଲୋକ ପରି ରାସ୍ତାରେ ଚାଲିବା, କେହି ଆପଣଙ୍କୁ ଚିହ୍ନି ନ ପାରିବା ଏବଂ ସାଧାରଣ ଲୋକଙ୍କ ପରି ଦୈନନ୍ଦିନ ଜୀବନଯାପନ କରିବା ଏକ ନିଆରା ଅନୁଭୂତି ଥିଲା।

#Odia#Odisha#News
Share Article:

Related Articles