ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଟିକେଟ ଘୋଷଣା ପୂର୍ବରୁ ବିଜେଡିର ଆଜି ଶେଷ ସମୀକ୍ଷା ବୈଠକ, ୪ଟି ଲୋକସଭା ଆସନରେ ଦଳୀୟ ସ୍ଥିତିର ହେବ ସମୀକ୍ଷା

ଭୁବନେଶ୍ୱର – ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପୂର୍ବରୁ ଆଜି ବିଜେଡିର ଶେଷ ସମୀକ୍ଷା ବୈଠକରେ ୪ଟି ସଂସଦୀୟ କ୍ଷେତ୍ରର ସ୍ଥିତି ନେଇ ଆଲୋଚନା ହେବ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ଦଳୀୟ ନେତା, ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ନବୀନ ନିବାସରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଲୋକସଭା ଆସନକୁ ନେଇ ସମୀକ୍ଷା ହେବ । ଟିକେଟ ଘୋଷଣା ପୂର୍ବରୁ ଲୋକସଭା କ୍ଷେତ୍ରର ଏହା ଶେଷ ସମୀକ୍ଷା ବୈଠକ। [...]

Admin•ମାର୍ଚ୍ଚ 27, 2024
Share Article:

ଭୁବନେଶ୍ୱର – ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପୂର୍ବରୁ ଆଜି ବିଜେଡିର ଶେଷ ସମୀକ୍ଷା ବୈଠକରେ ୪ଟି ସଂସଦୀୟ କ୍ଷେତ୍ରର ସ୍ଥିତି ନେଇ ଆଲୋଚନା ହେବ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ଦଳୀୟ ନେତା, ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ନବୀନ ନିବାସରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଲୋକସଭା ଆସନକୁ ନେଇ ସମୀକ୍ଷା ହେବ । ଟିକେଟ ଘୋଷଣା ପୂର୍ବରୁ ଲୋକସଭା କ୍ଷେତ୍ରର ଏହା ଶେଷ ସମୀକ୍ଷା ବୈଠକ। ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ୧୭ଟି ସଂସଦୀୟ କ୍ଷେତ୍ରରେ ଦଳୀୟ ସ୍ଥିତି ନେଇ ସମୀକ୍ଷା କରିସାରିଛନ୍ତି। ଆଜିର ସମୀକ୍ଷା ବୈଠକ ପରେ ଯେକୌଣସି ସମୟରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରେ।

#Odia#Odisha#News
Share Article:

Related Articles