ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ। ହାଇକୋର୍ଟ କେଜ୍ରିୱାଲଙ୍କୁ ମୁକ୍ତ କରିବା ପାଇଁ କୌଣସି ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରି ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମ୍ପ୍ରତି ଇଡି ରିମାଣ୍ଡରେ ଅଛନ୍ତି। ଇଡି ଦ୍ୱାରା ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲଙ୍କ ପିଟିସନ ଉପରେ ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କେନ୍ଦ୍ରୀୟ ଏଜେନ୍ସିକୁ ନୋଟିସ ଜାରି କରିଛନ୍ତି। [...]

Admin•ମାର୍ଚ୍ଚ 27, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ। ହାଇକୋର୍ଟ କେଜ୍ରିୱାଲଙ୍କୁ ମୁକ୍ତ କରିବା ପାଇଁ କୌଣସି ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରି ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମ୍ପ୍ରତି ଇଡି ରିମାଣ୍ଡରେ ଅଛନ୍ତି।

ଇଡି ଦ୍ୱାରା ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲଙ୍କ ପିଟିସନ ଉପରେ ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କେନ୍ଦ୍ରୀୟ ଏଜେନ୍ସିକୁ ନୋଟିସ ଜାରି କରିଛନ୍ତି। କିନ୍ତୁ କୌଣସି ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରିଛନ୍ତି। କୋର୍ଟ ଏପ୍ରିଲ ୨ ସୁଦ୍ଧା ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି । ଏପ୍ରିଲ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅବକାରୀ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ତାଙ୍କ ଇଡି ହାଜତ ମିଆଦ ଆସନ୍ତାକାଲି (ମାର୍ଚ୍ଚ ୨୮) ଶେଷ ହେବ ।

#Odia#Odisha#News
Share Article:

Related Articles