ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା, କଂଗ୍ରେସର ତାଲିକା ବିଳମ୍ବିତ

ଭୁବନେଶ୍ୱର – ତାପମାତ୍ରା ବୃଦ୍ଧି ସହ ରାଜ୍ୟରେ ନିର୍ବାଚନୀ ତାତି ବି ବଢ଼ିବାରେ ଲାଗିଛି। ଧୀରେ ଧୀରେ ସରଗରମ ହେଉଛି ରାଜନୈତିକ ବାତାବରଣ। ପ୍ରଥମେ ୧୮ଟି ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ଶାସକ ବିଜେଡି ଗୋଟିଏ ଦିନରେ ୧୫ ଲୋକସଭା ଓ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା । କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏଁ କୈାଣସି ପ୍ରାର୍ଥୀ ତାଲିକା ଜାରି କରାଯାଇନାହିଁ। ବିଜେପି ମଧ୍ୟ ଏ ଯାଏଁ [...]

Admin•ମାର୍ଚ୍ଚ 29, 2024
Share Article:

ଭୁବନେଶ୍ୱର – ତାପମାତ୍ରା ବୃଦ୍ଧି ସହ ରାଜ୍ୟରେ ନିର୍ବାଚନୀ ତାତି ବି ବଢ଼ିବାରେ ଲାଗିଛି। ଧୀରେ ଧୀରେ ସରଗରମ ହେଉଛି ରାଜନୈତିକ ବାତାବରଣ। ପ୍ରଥମେ ୧୮ଟି ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ଶାସକ ବିଜେଡି ଗୋଟିଏ ଦିନରେ ୧୫ ଲୋକସଭା ଓ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା । କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏଁ କୈାଣସି ପ୍ରାର୍ଥୀ ତାଲିକା ଜାରି କରାଯାଇନାହିଁ। ବିଜେପି ମଧ୍ୟ ଏ ଯାଏଁ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ। ଗତକାଲି ଦିଲ୍ଲୀରେ ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଜି ବିଜେପି କିଛି ବିଧାନସଭା ଆସନ ଓ ବାକି ଥିବା ତିନି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି। ବିଜେଡି ୭୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିବାରୁ ବିଜେପି କିଭଳି ପ୍ରାର୍ଥୀ ଦେଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି। ଏଣେ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ କଂଗ୍ରେସ ଦୁଇ ଦଳଠାରୁ ପଛରେ ପଡିଯାଇଛି । ନିର୍ବାଚନ ପୂର୍ବରୁ ବହୁ ତୁଙ୍ଗ ନେତା ଦଳ ଛାଡିଥିବାରୁ ବୋଧହୁଏ ଚିନ୍ତାରେ ଅଛି ଦଳ ।ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛି।

#Odia#Odisha#News
Share Article:

Related Articles