ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବୀର ଲକ୍ଷ୍ମଣ ନାୟକଙ୍କ ୮୨ତମ ଶହୀଦ ଦିବସ ବ୍ରହ୍ମପୁରରେ ପାଳିତ

ବ୍ରହ୍ମପୁର: ଏଠିକାର ମଣ୍ଡଳ କାରାଗାର ପରିସରରେ ଶୁକ୍ରବାର ବୀର ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶହୀଦ ଦିବସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଛି। ମଣ୍ଡଳ କାରାଗାର ଅଧୀକ୍ଷକ ଧୀରେନ୍ଦ୍ର ନାଥ ବାରିକ, ଜେଲର୍ ସତ୍ୟ ନାରାଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଉପସ୍ଥିତିରେ ପ୍ରଥମେ କାରାଗାର ମଧ୍ୟରେ ଥିବା ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିରରେ ଥିବା ତୈଳ ଫଟୋଚିତ୍ରରେ ମାଲ୍ୟାର୍ପଣ [...]

Admin•ମାର୍ଚ୍ଚ 29, 2024
Share Article:

ବ୍ରହ୍ମପୁର: ଏଠିକାର ମଣ୍ଡଳ କାରାଗାର ପରିସରରେ ଶୁକ୍ରବାର ବୀର ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶହୀଦ ଦିବସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଛି। ମଣ୍ଡଳ କାରାଗାର ଅଧୀକ୍ଷକ ଧୀରେନ୍ଦ୍ର ନାଥ ବାରିକ, ଜେଲର୍ ସତ୍ୟ ନାରାଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଉପସ୍ଥିତିରେ ପ୍ରଥମେ କାରାଗାର ମଧ୍ୟରେ ଥିବା ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିରରେ ଥିବା ତୈଳ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।

ପରେ କାରାଗାର ସମ୍ମୁଖରେ ବୀର ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ବୀର ସାହାସୀ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲା ତେନ୍ତୁଳିଗୁମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମ ଡାକରାରେ ସେ ନିଜକୁ ସାମିଲ କରି ଦେଶର ସ୍ବତନ୍ତ୍ରତା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇଥିଲେ I ବ୍ରିଟିଶ ସରକାର ଦ୍ୱାରା ମିଥ୍ୟା ଅଭିଯୋଗରେ ୧୯୪୩ ମାର୍ଚ୍ଚ ୨୯ରେ ୪୩ ବର୍ଷ ବୟସରେ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା।

ତାଙ୍କର ସେହି ଦେଶପ୍ରେମ ଏବଂ ସ୍ୱାଧୀନତା ମନୋଭାଵ ଆଜି ମଧ୍ୟ ଅମର ହୋଇ ରହିଛି ବୋଲି ସ୍ମୃତିଚାରଣ ବେଳେ ମତପ୍ରକାଶ ପାଇଛି। ବହୁ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାମ୍ବାଦିକ ପ୍ରମୁଖ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ।

#Odia#Odisha#News
Share Article:

Related Articles