ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଡଭାନୀଙ୍କ ସହ ୫ ଜଣଙ୍କୁ ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସହ ମରଣୋତ୍ତର ଭାବେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଏବଂ ସବୁଜ ବିପ୍ଲବର ଜନକ ତଥା କୃଷି ବିଜ୍ଞାନୀ ଏମ୍ଏସ୍ ସ୍ବାମୀନାଥନଙ୍କୁ ଏହି ସମ୍ମାନ ଦିଆଯିବ। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ଏହି ବ୍ୟକ୍ତିତ୍ୱମାନଙ୍କୁ [...]

Admin•ମାର୍ଚ୍ଚ 30, 2024
Share Article:

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସହ ମରଣୋତ୍ତର ଭାବେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଏବଂ ସବୁଜ ବିପ୍ଲବର ଜନକ ତଥା କୃଷି ବିଜ୍ଞାନୀ ଏମ୍ଏସ୍ ସ୍ବାମୀନାଥନଙ୍କୁ ଏହି ସମ୍ମାନ ଦିଆଯିବ।

ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ଏହି ବ୍ୟକ୍ତିତ୍ୱମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲେ। ୧୯୫୪ ମସିହାରେ ‘ଭାରତ ରତ୍ନ’ର ପ୍ରତିଷ୍ଠା ପରଠୁ ପ୍ରଥମ ଥର ଗୋଟିଏ ବର୍ଷରେ ସର୍ବାଧିକ ୫ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ୧୯୯୯ରେ ୪ ଜଣ ପାଇଥିଲେ ଏହି ସମ୍ମାନ।

#Odia#Odisha#News
Share Article:

Related Articles