ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରଥଯାତ୍ରା ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରଥମ ପ୍ରସ୍ତୁତି ବୈଠକ

ପୁରୀ – ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଛି ପ୍ରଥମ ପ୍ରସ୍ତୁତି ବୈଠକ । ଏଥିରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅକ୍ଷୟ ତୃତୀୟାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି, ରଥକାଠ, ତୀର୍ଥ ପୁଷ୍କରିଣୀ ସଫେଇ, ରଥ ନିର୍ମାଣ, ସ୍ବାସ୍ଥ୍ୟ ଓ ପରିମଳ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ପରିବହନ ଓ ରେଳସେବା, ଡ୍ରେନେଜ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେଉଛି। ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ଓ [...]

Admin•ମାର୍ଚ୍ଚ 30, 2024
Share Article:

ପୁରୀ – ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଛି ପ୍ରଥମ ପ୍ରସ୍ତୁତି ବୈଠକ । ଏଥିରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅକ୍ଷୟ ତୃତୀୟାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି, ରଥକାଠ, ତୀର୍ଥ ପୁଷ୍କରିଣୀ ସଫେଇ, ରଥ ନିର୍ମାଣ, ସ୍ବାସ୍ଥ୍ୟ ଓ ପରିମଳ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ପରିବହନ ଓ ରେଳସେବା, ଡ୍ରେନେଜ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେଉଛି। ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ଓ ଟାର୍ଗେଟ ସମୟ ମଧ୍ୟରେ କାର୍ଯ୍ୟ କିଭଳି ଠିକ୍ ଭାବେ ସମ୍ପାଦନ କରିବେ, ସେ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ପ୍ରଶାସକ, ପୁରୀ ଏସପିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ସେମାନଙ୍କ ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଛନ୍ତି।

#Odia#Odisha#News
Share Article:

Related Articles