ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିଜେଡିର ମିଶ୍ରଣ ପର୍ବ : କଂଗ୍ରେସରୁ ଚିରଞ୍ଜୀବ ଓ ବିଜେପିରୁ ସୁକାନ୍ତ ଧରିଲେ ଶଙ୍ଖ

ଭୁବନେଶ୍ବର – ଶାସକ ବିଜେଡିକୁ ଅନ୍ୟ ଦଳର ଟାଣୁଆ ନେତା, ପୂର୍ବତନ ବିଧାୟକ, ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ଆଗମନ ହେବାରେ ଲାଗିଛି। ଆଜି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଶଙ୍ଖ ଧରିଥିବା ବେଳେ ବିଜେପିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେଡିରେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଛନ୍ତି। କହିବାକୁ ଗଲେ ସୁକାନ୍ତଙ୍କର ଘର ବାହୁଡା ହୋଇଛି। ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ସେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। [...]

Admin•ମାର୍ଚ୍ଚ 31, 2024
Share Article:
ବିଜେଡିର ମିଶ୍ରଣ ପର୍ବ : କଂଗ୍ରେସରୁ ଚିରଞ୍ଜୀବ ଓ ବିଜେପିରୁ ସୁକାନ୍ତ ଧରିଲେ ଶଙ୍ଖ

ଭୁବନେଶ୍ବର – ଶାସକ ବିଜେଡିକୁ ଅନ୍ୟ ଦଳର ଟାଣୁଆ ନେତା, ପୂର୍ବତନ ବିଧାୟକ, ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ଆଗମନ ହେବାରେ ଲାଗିଛି। ଆଜି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଶଙ୍ଖ ଧରିଥିବା ବେଳେ ବିଜେପିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେଡିରେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଛନ୍ତି। କହିବାକୁ ଗଲେ ସୁକାନ୍ତଙ୍କର ଘର ବାହୁଡା ହୋଇଛି। ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ସେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ବିଜେପି ଟିକେଟରୁ ନୀଳଗିରିରେ ଜିତିଥିଲେ । ଦୁଇ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ।

ଆଜି ମଧ୍ୟ କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି । ସେ ବିଜେପିରୁ ଇସ୍ତଫା ଦେଇଥିଲେ । ୧୯୯୦ରେ ବୃନ୍ଦାବନ ମାଝୀ କୁଚିଣ୍ଡାରୁ ତତ୍କାଳୀନ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ଲାଇକେରାରୁ ସେ ବିଜେପି ବିଧାୟକ ବି ଥିଲେ ।

#Odia#Odisha#News
Share Article:

Related Articles