ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୮ ତମ ବାର୍ଷିକୀ : ମହାନାୟକମାନଙ୍କ ସ୍ମୃତି ଚାରଣ କରୁଛି କୃତଜ୍ଞ ରାଜ୍ୟ

ଭୁବନେଶ୍ୱର – ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନଟିଏ। ୧୯୩୬ ମସିହା ଆଜିର ଦିନରେ ଆତ୍ମପ୍ରକାଶ କରିଥିଲା ସ୍ୱତନ୍ତ୍ର ଓଡ଼ିଶା। ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇଥିଲା ଓଡ଼ିଶା । ଏଥିପାଇଁ ଓଡ଼ିଶାର ବରପୁତ୍ରମାନେ ଅନେକ ସଂଘର୍ଷ ଓ ସାଧନା କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟର ବିଲୋପ ପାଇଁ ଷଡ଼ଯନ୍ତ୍ର ଚାଲିଥିବା ବେଳେ ଓଡ଼ିଆ ଅସ୍ମିତା ପ୍ରତି ସୃଷ୍ଟି ହୋଇଥିଲା ମହାସଙ୍କଟ । ହେଲେ ସବୁ ପ୍ରତିକୂଳ ପରିସ୍ଥିତି [...]

Admin•ଅପ୍ରେଲ 1, 2024
Share Article:

ଭୁବନେଶ୍ୱର – ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନଟିଏ। ୧୯୩୬ ମସିହା ଆଜିର ଦିନରେ ଆତ୍ମପ୍ରକାଶ କରିଥିଲା ସ୍ୱତନ୍ତ୍ର ଓଡ଼ିଶା। ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇଥିଲା ଓଡ଼ିଶା । ଏଥିପାଇଁ ଓଡ଼ିଶାର ବରପୁତ୍ରମାନେ ଅନେକ ସଂଘର୍ଷ ଓ ସାଧନା କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟର ବିଲୋପ ପାଇଁ ଷଡ଼ଯନ୍ତ୍ର ଚାଲିଥିବା ବେଳେ ଓଡ଼ିଆ ଅସ୍ମିତା ପ୍ରତି ସୃଷ୍ଟି ହୋଇଥିଲା ମହାସଙ୍କଟ । ହେଲେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଓଡିଆ ମାଟିର ପ୍ରାତଃ ସ୍ମରଣୀୟ ମହାପୁରୁଷମାନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନେଇଥିଲେ ଦୃଢ ସଙ୍କଳ୍ପ । ସେମାନଙ୍କ ଅବିରତ ସାଧନା ଓ ସଂଘର୍ଷର ଫଳସ୍ୱରୂପ ଓଡ଼ିଶା ହୋଇଥିଲା ସ୍ୱତନ୍ତ୍ର ରାଜ୍ୟ। ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସୃଷ୍ଟି ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ଦିବସ । ସ୍ୱତନ୍ତ୍ର ରାଜ୍ୟ ଗଠନର ସେହି ମହାନାୟକମାନେ ଆଜି ମନେ ପଡ଼ନ୍ତି । କୃତଜ୍ଞ ରାଜ୍ୟ ଆଜି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ଉତ୍କଳ ଗୈାରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ, କର୍ମବୀର ଗୌରୀଶଙ୍କର, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କବିବର ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ମହାମନିଷୀମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅହରହ ସଂଘର୍ଷ କରିଥିଲେ।

୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ବର୍ଷ ବର୍ଷର ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା ସ୍ୱତନ୍ତ୍ର ଓଡ଼ିଶା। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନଃ ବିଭାଜନ କରି ୩୦ଟି ଜିଲ୍ଲା କରାଯାଇଥିଲା ।

#Odia#Odisha#News
Share Article:

Related Articles